31.1 C
Bhubaneswar
Friday, March 27, 2026
Homeଓଡିଶାପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ଥିରତା ଓ ଜନ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି । ଗୁଜବ ଉପରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏକ୍ସସାଇଜ ଡ୍ୟୁଟି ହ୍ରାସ କଲେ କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ୧୩ରୁ ୩ ଟଙ୍କା ହେଲା । ଡିଜେଲ ଉପରେ କୌଣସି ଏକ୍ସସାଇଜ ଡ୍ୟୁଟି ଲାଗୁ ହେବ ନାହିଁ । ପୂର୍ବରୁ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ଥିଲା ୧୦ ଟଙ୍କା । ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ ଭାରତରେ ବି ଶକ୍ତି ସଙ୍କଟ ଦେଖାଦେଇଛି । ଏହା ଉପରେ କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି । ଡିଜେଲ ଓ ପେଟ୍ରୋଲର ଦାମ ବୃଦ୍ଧି ହେବା ଆଶଙ୍କାରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking