ଗଞ୍ଜାମ : ବିଶ୍ୱ ମହିଳା ଦିବସ ଅବସରରେ ବ୍ରହ୍ମପୁର ଆମ୍ବପୁଆ ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯାଇଛି । ଏହା ସହ ମୁଖ୍ୟମନ୍ତ୍ର ନିଜର ଅଭିଭାଶଣ ରଖିଛନ୍ତି । କହିଛନ୍ତି , ବିଶ୍ୱର ନାରୀଶକ୍ତିକୁ ପ୍ରଣାମ । ମହିଳାଙ୍କ କୃତିତ୍ୱ ଚିରସ୍ମରଣୀୟ । ଅନେକ କ୍ଷେତ୍ରରେ ମହିଳା ଆଗୁଆ । ସବୁ କାଯ୍ୟରେ ମହିଳା ମାନେ ଉତ୍କର୍ଷତା ହାସଲ କରିଛନ୍ତି । ଓଡିଶାର ଝିଅ ଆଜି ରାଷ୍ଟ୍ରପତି କହିଛନ୍ତି ମୁଖ୍ୟମନ୍ତ୍ର । ନାରୀ ସମାଜର ଅଗ୍ରଗତି ପାଇଁ କାମ କରୁଛୁ । କଣ କରୁଛୁ ୨୪ ବର୍ଷର ସରକାର ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ । ୯ ମାସରେ ୧ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ମିଳିଲା । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ଦେଶରେ ଦ୍ୱିତୀୟ । ନିନ୍ଦୁକମାନେ ଆମ ସଫଳତାକୁ ହଜମ କରିପାରୁନାହାଁନ୍ତି ।