ଭୁବନେଶ୍ୱର: ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର୍ସ ମିଟ୍ସ ସାରି ଓଡିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେଠାରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ ରହିଥିଲା । ନିବେଶ ସମ୍ମିଳନୀରେ ପ୍ରାୟ ୨୫ଟି ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ । ଯାହାର ସଫଳ ରୁପାୟନ ହୋଇଛି । ଯେତେବେଳେ ଭୁବନେଶ୍ୱର ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚିଛନ୍ତି, ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସମ୍ମିଳନୀରେ ପ୍ରଥମ ଦିନରେ ହିଁ ଓଡିଶାକୁ ୬୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ଏବଂ ଏହା ଦ୍ୱାରା ପାଖାପାଖି ୫୬ ହଜାର ଲୋକ ଚାକିରି ପାଇବେ ବୋଲି ମଧ୍ୟ ଆଶା କରାଯାଇଛି । ୨୭ ହଜାର ୭୫୦ କଟିରେ ୧୩ଟି ଏମଓୟୁ ଚୁକ୍ତି ସ୍ୱାକ୍ଷର ହୋଇଛି । ୩୯ ହଜାର ୧୩୧ କୋଟିର ନିବେଶ ନେଇ ନିବେଶକଙ୍କ ଆଗ୍ରହ ରହିଛି । କୁହାଯାଉଛି ଯେ ଓଡିଶା ଭାରତର ଗ୍ରୋଥ ଇଞ୍ଜିନ ହେବ ।










