26.1 C
Bhubaneswar
Sunday, December 7, 2025
Homeଓଡିଶାକେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘଟଗାଁ ପହଞ୍ଚିବା ପରେ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ । ଘଟଗାଁର ମା’ ତାରିଣୀ ପରିକ୍ରମା ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ଦ୍ୱିତୀୟ ଥର ନିଜ ଗାଁକୁ ଯିବେ ମୋହନ ମାଝୀ । ସେ ଜୁନ୍ ୨୧ ତାରିଖରେ ପ୍ରଥମ ଥର ପାଇଁ ମନ୍ଦିର ପରିଦର୍ଶନ କରିଥିଲେ । ସେହି ସମୟରେ ସେ ମା ତାରିଣୀ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଘୋଷଣା କରିଥିଲେ। ମା ତାରିଣୀ ମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ପ୍ରାୟ ୩୦୦ କୋଟି ଟଙ୍କା ନିବେଶ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking