18.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ନୂଆପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ନୂଆପଡା: ନୂଆପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୧୦୯ଟି ପ୍ରକଳ୍ପ ଉଦଘାଟନ ଓ ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ  ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ  ଦିନ ୧୦ଟାରେ ବାହାରି ନୂଆପଡା ଗୌତମା ଏୟାଷ୍ଟ୍ରିପରେ  ୧୧ଟାରେ ପହଞ୍ଚିବେ ।   ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ  ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ  ହୋଇଛି  । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ରବିବାର ନୂଆପଡାରେ ପହଞ୍ଚିଛନ୍ତି ।  ମିନି ଷ୍ଟାଡିୟମରେ ଜିଲ୍ଲାପାଳ ମଧୁସୁଦନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା  କାଯ  ମନ୍ତ୍ରୀ ମୁକେଶ ମହାଲିଙ୍ଗ , ରବିନାରାୟଣ ନାୟକ,  ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜ୍ୟସଭା  ସାଂସଦ ସୁଜିତ କୁମାର, କଳାହାଣ୍ଡି ସାଂସଦ ମାଳବିକା ଦେଓ ଯୋଗ ଦେବେ ।  ନୂଆପଡା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ  ଭେଟି  ଦେବେ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking