17.1 C
Bhubaneswar
Wednesday, December 10, 2025
Homeଓଡିଶାପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଆହୁରି କହିଛନ୍ତି,ନୂଆଁଖାଇ ହେଉଛି ଆମର ମହାନ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ । ପରିବାରର ସଦଶ୍ଯ ଦେଶ ବିଦେଶ ଯେଉଁଠାରେ ଥିଲେ ମଧ୍ୟ ଏହି ଅବସରରେ ନିଜ ଘରକୁ ଫେରିଥାନ୍ତି । ପରିବାରର ସମସ୍ତେ ମିଳିମିଶି ଏକାଠି ନୂଆଁ ଖାଇଥାନ୍ତି ।ମଣିଷ ମଧ୍ୟରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ସମ୍ମାନର ଆଦାନ ପ୍ରଦାନ ଏବଂ ଭାଇଚାରାକୁ ନେଇକରି ଆସିଥାଏ ଆମର ଏ ପର୍ବ ନୂଆଁଖାଇ । ଆମ ପରମ୍ପରାରେ ନୂଆଁଖାଇର ଯେତିକି ମହତ୍ତ୍ବ ନୂଆଁଖାଇ ଜୁହାର୍ ଭେଟ୍ ର ମଧ୍ୟ ସେତିକି ମହତ୍ତ୍ବ ରହିଛି ।ନୂଆଁ ଖାଇ ସାରିବା ପରେ ସଭିଙ୍କ ସହ ଭେଟ, ଗୁରୁଜନଙ୍କୁ ଜୁହାର ଭେଟ ଓ ସାନମାନଙ୍କୁ ଆଶିର୍ବାଦ ଦେବାର ପରଂପରା ସହ ପାରମ୍ପରିକ ନାଚ, ଗୀତ, ପିଠା ପଣା ଆଦିର ଆସର ଏକ ନିଆରା ପରମ୍ପରା ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ସମସ୍ତେ ନିଜ ନିଜର ଦାୟିତ୍ୱ ଗ୍ରହଣ କରି ନିଜର କର୍ତ୍ତବ୍ୟ ପାଳନ କରୁନ୍ତୁ ବୋଲି ଆଜିର ଏ ଶୁଭ ଦିନରେ ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ, ଶ୍ରମିକ, କୃଷକ, ସୈନିକ ସମସ୍ତଙ୍କୁ ଅନୁରୋଧ କରୁଛି ।ନୂଆଁଖାଇ ସମସ୍ତଙ୍କର ଜୀବନ ରେ ନୂଆ ଆଶା ସଞ୍ଚାରିତ କରୁ ।ମାଁ ସମଲେଇ, ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଜୀବନରେ ହସ ଖୁସି ସୁଖ ଶାନ୍ତି ଉନ୍ନତି ପ୍ରଗତି ସଫଳତା ଭରି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking