ନୂଆଦିଲ୍ଲୀ: ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ୨ ଦିନର ରହଣିରେ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ନୂଆପଡା ଉପନିର୍ବାଚନ ନେଇ ସେଠାରେ ହୋଇପାରେ କିଛି ଚୂଡାନ୍ତ ନିଷ୍ପତ୍ତି । ସୂଚନାଥାଉ କି ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ।










