ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ସିପି ରାଧା କ୍ରିଷ୍ଣନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ରହିଛନ୍ତି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ମୁଖ୍ୟମନ୍ତ୍ରୀ ‘ବିକାଶ ମୂଳକ ଓ ଜନକଲ୍ୟାଣ ଓ ଯୋଜନା’ ଆଲୋଚନା ନେଇ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା ହୋଇଥିବା ନେଇ କୁହାଯାଇଛି । ଉପରାଷ୍ଟ୍ରପତିଙ୍କୁ ଓଡିଶା ଭିଜନ ୨୦୩୬ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିବା ସୂଚନା ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଛି । ରାଜନୈତିକ ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨୦୨୪ ଜୁନ୍ ୧୨ରେ ମୋହନ ସରକାରଙ୍କ ଶପଥ ସମାରୋହ ହୋଇଥିଲା । ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ମନ୍ତ୍ରୀ ଅଛନ୍ତି । ସରକାରରେ ମୋଟ ୨୨ଜଣ ମନ୍ତ୍ରୀ ରହିପାରିବେ । ଅର୍ଥାତ୍ ଆରମ୍ଭରୁ ହିଁ ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଛନ୍ତି। ପ୍ରଦର୍ଶନକୁ ଏକମାତ୍ର ଯୋଗ୍ୟତା ମାପକାଠି ରଖିଛନ୍ତି ବିଜେପି ନେତୃମଣ୍ଡଳୀ। ଏହି ଆଧାରରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି । ଡବଲ୍ ଇଞ୍ଜିନ ସରକାର ଗତିରେ ବିଶ୍ୱାସ କରୁଥିବାବେଳେ ଯେଉଁ ବିଭାଗ ପ୍ରଦର୍ଶନରେ ପଛୁଆ ପଡ଼ିଯାଇଥିବ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣବେଳେ ସେଥିରେ ବଡ଼ ପରିବର୍ତ୍ତନ ହୋଇପାରେ । ପ୍ରଦର୍ଶନ ଆଧାରରେ ହିଁ ନୂଆ ମନ୍ତ୍ରୀ ଚୟନ ସହ କିଛି ପୁରୁଣା ବଦଳିପାରନ୍ତି ।










