ଭୁବନେଶ୍ୱର: ସୋମବାର ଭୁବନେଶ୍ୱର ୟୁନିଟ ୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ୧୬ ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନମାଝୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଅଭିଯୋଗ ଶୁଣିବା ସହ ସେ ସବୁର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଜନତାଙ୍କ ଅକୁଣ୍ଠ ବିଶ୍ୱାସ ଓ ଆସ୍ଥା ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି । ଏସରକାର ହେଉଛି ଲୋକଙ୍କ ସରକାର । ପ୍ରସାସନ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବା ପାଇଁ ଆମେ ପ୍ରତିବଦ୍ଧ । ଆପଣଙ୍କ ଭରସା ହିଁ ଆମର ପ୍ରେରଣା ଏକ ସମୃଦ୍ଧ, ଶକ୍ତିଶାଳୀ ଓ ବିକଶିତ ଓଡିଶା ଗଠନ ପାଇଁ ଆମର ପ୍ରେତ୍ୟକଟି ପଦକ୍ଷେପ ଆପଣଙ୍କ ସେବାରେ ସମର୍ପିତ ।









