ଭୁବନେଶ୍ୱର: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ପ୍ରଥମ ପର୍ଯ୍ୟାୟରେ ୧୧୮ଟି ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ବାଣପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ବଜେଟରେ ୧୨ ହଜାର କୋଟିର ବ୍ୟୟବରାଦ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରତି ସ୍କୁଲ ପାଇଁ ବ୍ୟୟ ହେବ ୫ରୁ ୭ କୋଟି । ପଞ୍ଚାୟତ ଅଫିସ ପାଖରେ ୫ ଏକର ଗ୍ରୀନ ଫିଲ୍ଡ ଥିଲେ ନିର୍ମାଣ ହେବ ସ୍କୁଲ । ପଞ୍ଚାୟତ ଅଫିସ ପାଖରେ ସ୍ଥାନାଭାବ ଥିଲେ ଜନସଂଖ୍ୟା ବହୁଳ ସ୍ଥାନରେ ହେବ ।









