ଭୁବନେଶ୍ୱର : ଜରୁରୀକାଳୀନ ସେବାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର କିଭଳି ବିକାଶ ହୋଇପାରିବ ଭାରତୀୟ ଜନତା ପାର୍ଟି ଅନେକ ଯୋଜନା ଆଣୁଛନ୍ତି । ଲୋକଙ୍କ ଆବଶ୍ୟକତା ଅନୁସାରେ କେମିତି ପହଞ୍ଚିପାରିବ ସରକାର ଗୁରୁତ୍ୱ ଦେଇଛନ୍ତି । ପୁଲିସ ସେବା ଭବନରେ ଇଆରଏସଏସର ଶୁଭାରମ୍ଭ ହେଲା । ପ୍ରାଥମିକ ଚିକିସା ସହ ଆମ୍ବୁଲାନ୍ସ ସେବା ମିଳିବ । ପୋଲିସ ପାଟ୍ରୋଲିଂକୁ ଆହୁରି ବଛାଇବା ପାଇଁ ପୋଲିସ କମିଶନର ଲକ୍ଷ୍ୟ ରଖିଛନ୍ତି । ଲୋକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ମେଇ ଏହି ଜରୁରୀ କାଳୀନ ସେବା ଉଦଘାଟନ କରାଯାଇଛି । ଜରୁରୀ କାଳୀନ ସେବା ପାଇଁ ପୋଲିସ କମିଶନ ପକ୍ଷରୁ ଆହୁରି ୩୦ଟି ଗାଡିର ସୁବିଧା କରାଯାଇଛି । ଯାହାକୁ ସୁରକ୍ଷା ରଥ ନ୍ୟାୟ ରଥ କହିଛନ୍ତି ମୁଖ୍ୟମନ୍ତ୍ରୀ ।