ପୁରୀ: ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀ । ଜାତୀୟ ସ୍ତରର ହେଭିୱେଟ୍ ପୁରୀରେ ଏକାଠି ହୋଇଛନ୍ତି । ସମ୍ମିଳନୀରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଶକ୍ତି ଓ ଅକ୍ଷୟ ଊର୍ଜ୍ଜାକୁ ନେଇ ହୋଇଛି ଘମାଘୋଟ ଆଲୋଚନା । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ସମ୍ମିଳନୀରେ ଦୁଇ ଦିନ ବ୍ୟାପୀ କାର୍ୟ୍ୟକ୍ରମ ଜାରି ରହିବ । ପୁରୀର ତାଜ୍ ରିସୋର୍ଟରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉଦ୍ଘାଟନୀ କାର୍ୟ୍ୟକ୍ରମରେ କେନ୍ଦ୍ର ଶକ୍ତି ଓ ଅକ୍ଷୟ ଊର୍ଜ୍ଜା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ, ଦିଲ୍ଲୀର ଶକ୍ତି ମନ୍ତ୍ରୀ ଆଶିଷ ସୁଦ୍, ମିଜୋରାମର ଶକ୍ତିମନ୍ତ୍ରୀ ଏଫ୍ ରୋଡିଙ୍ଗଲିଆନା, ରାଜସ୍ଥାନର ଶକ୍ତି ମନ୍ତ୍ରୀ ହୀରାଲାଲ ନଗର ସାମିଲ ହୋଇଛନ୍ତି ।










