24.1 C
Bhubaneswar
Thursday, March 12, 2026
Homeଓଡିଶାନିଜ ଗାଁରେ ମୁଖ୍ୟମନ୍ତ୍ରୀ

ନିଜ ଗାଁରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନିଜର ଜନ୍ମ ମାଟି ସଦର ବ୍ଳକର ରାଇକଳାରେ ପହଁଚିଛନ୍ତି। ମୁଖ୍ୟମନ୍ତ୍ରୀ ଗତକାଲି ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେଇ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳେ ସେଠାରୁ ବାହାରି ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ତିଆରି ଆସ୍ଥାୟୀ ହେଲିପ୍ୟାଡ଼ରୁ ହେଲିକପ୍ଟର ଯୋଗେ ନିଜ ଗାଁ ରାଇକଳାରେ ତିଆରି ଆସ୍ଥାୟୀ ହେଲିପ୍ୟାଡ଼ରେ ଓଲ୍ହାଇ ଥିଲେ। ସେଠାରେ ଗ୍ରାମବାସୀ ଏବଂ ବିଶିଷ୍ଠ ବ୍ୟକ୍ତି ବିଶେଷ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେଠାରୁ ବାହାରି ବିରାଟ ଶୋଭାଯାତ୍ରାରେ ଯିବା ବାଟରେ ବିଭିନ୍ନ ସ୍ଥାନରେ ମହିଳା ମାନେ ତାଙ୍କର ପାଦ ଧୋଇ ପୁଷ୍ପଗୁଛ ପ୍ରଦାନ ଓ ସମ୍ବର୍ଦ୍ଧନା କରିଥିଲେ। ଶୋଭାଯାତ୍ରା ଝୁମ୍ପୁରା ବଜାର ଦେଇ ଦୁର୍ଗାପଡ଼ିଆରେ ଆୟୋଜିତ ଜନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରେ ବିଭିନ୍ନ ବ୍ୟକ୍ତି ବିଶେଷ, ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଦନା ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking