କଟକ: ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂରା ମ୍ୟାଚ୍ ଦେଖିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ବାରବାଟୀରେ ପହଞ୍ଚିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଟିମ୍ । ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଟି – ୨୦ର ପ୍ରଥମ ମ୍ୟାଚ୍ । ସେଥିପାଇଁ ଦୁଲୁକୁଛି ବାରବାଟୀ ଷ୍ଟାଡିୟମ୍ । ଟ୍ୱିନ୍ ସିଟିରେ କ୍ରିକେଟ ଫିଭର, ଦର୍ଶକ ବିଭୋର । ହାଇ ସ୍କୋରିଂ ମ୍ୟାଚ୍ ସହ ଚୌକା ଛକା ବୃଷ୍ଟି ଅପେକ୍ଷାରେ କ୍ରିକେଟ୍ ପ୍ରେମୀ । ଦର୍ଶକଙ୍କ ମଧ୍ୟରେ ଓପ୍ନର ଅଭିଷେକ ଶର୍ମାଙ୍କ କ୍ରେଜ୍ ଅଧିକା ରହିଛି । ଅଭିଷେକ ଶର୍ମାଙ୍କ ଠାରୁ ଧୂଆଁଧାର ବ୍ୟାଟିଂ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଆଉ କିଛି ଦର୍ଶକ ଗିଲ୍, ସୂର୍ଯ୍ୟଙ୍କ ନାଁ ନେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଜିର ମ୍ୟାଚ୍ରେ କେଉଁ ଦଳ ବାଜିମାତ ମାରିବ ।










