ଭୁବନେଶ୍ୱର : ହୋଲି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାତୃତ୍ୱ ଓ ସଦଭାବନାର ପର୍ୱ ହେଉଛି ହୋଲି । ରଙ୍ଗର ପର୍ୱ ସମସ୍ତଙ୍କ ଜୀବନରେ ସୁଖ , ଶାନ୍ତି ଓ ଆନନ୍ଦ ଭରିଦେଉ । ରାଧାଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ । ଏହା ସହିତ ପୋଲିସ ଅଧିକାରୀଙ୍କ ସହ ହୋଲି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ସହ ଖେଳିଲେ ହୋଲି ।