ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆଠାରେ ଅଟକି ଜଣେ ପଇଡ ବିକ୍ରେତାଙ୍କ ଠାରୁ ପଇଡ କିଣି ପିଇଥିଲେ। ବ୍ୟବସାୟ କିପରି ଚାଲିଛି, ସରକାରୀ ସୁବିଧା ପାଉଛନ୍ତି କି ନାହିଁ , ସେସବୁ ବାବଦରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ପାଖରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଦେଇଥିଲା ।










