19.1 C
Bhubaneswar
Saturday, February 7, 2026
Homeଓଡିଶାରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଅରୁଣ କଲେ କଟାକ୍ଷ

ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ: ଅରୁଣ କଲେ କଟାକ୍ଷ

ପୁରୀ: ପୁରୀର ତାଳବଣିଆଠାରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ୬ ଲକ୍ଷ ରାସନ କାର୍ଡ ବାଣ୍ଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ କହୁଥିଲେ, ‘ଭାରତ ଗ୍ରାମରେ ବାସ କରେ’। ଏଥିରେ କୌଣସି ଦ୍ଵିମତ ନାହିଁ। ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମରେ ବାସ କରନ୍ତି। ଓଡ଼ିଶାର ୮୩ ପ୍ରତିଶତ ଲୋକେ ଗ୍ରାମରେ ବାସ କରନ୍ତି । ତେଣୁ, ଯେତେଦିନ ପର୍ଯ୍ୟନ୍ତ ଗ୍ରାମର ବିକାଶ ହୋଇ ପାରିବ ନାହିଁ, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ଅସମ୍ଭବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତବର୍ଷ ଗଠନ ପାଇଁ ଭାରତ ସରକାର ନିରନ୍ତର ଓ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବୋଦୟରୁ ସୂର୍ଯ୍ୟୋଦୟ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଥି ନିମନ୍ତେ ରାଜ୍ୟ ସରକାର ସଶକ୍ତ ନାରୀଙ୍କ ପାଇଁ ସୁଭଦ୍ରା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଶିକ୍ଷାର ଉନ୍ନତି ପାଇଁ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା, ସୁସ୍ଥ ଓଡ଼ିଶା ନିମନ୍ତେ ଆୟୁଷ୍ମାନ ଭାରତ ଭଳି ଯୋଜନା ଲାଗୁ କରିବା ସହ ଉନ୍ନତ କୃଷି ଓ ସମର୍ଥ ଚାଷୀ ନିମନ୍ତେ ସମୃଦ୍ଧ କୃଷକ ଯୋଜନା ଭଳି ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକ୍ରିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୨ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୨୦୦ କୋଟିର ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ୩୧ ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ବ୍ୟକ୍ତିମାନେ ଦୁଇଟି କିସ୍ତିରେ ସେମାନଙ୍କର ସହାୟତା ପାଇବେ। ସ୍ୱଚ୍ଛ ଶକ୍ତି ପାଇଁ ପ୍ରୟାସ ସ୍ୱରୂପ, ମୁଖ୍ୟମନ୍ତ୍ରୀ ମାଝୀ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ୩ କିଲୋୱାଟ ସୌର ପ୍ୟାନେଲ ସ୍ଥାପନ ପାଇଁ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି, ଯାହାର ଲକ୍ଷ୍ୟ କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା। କ୍ରୀଡା ଏବଂ ଯୁବ ବିକାଶ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ, ୩୧୪ଟି ବ୍ଲକସ୍ତରୀୟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯାହା ୪,୧୨୪ କୋଟି ଟଙ୍କାର ନିବେଶକୁ ପ୍ରତିନିଧିତ୍ୱ କରିବ। ଶାସନକୁ ବୃଦ୍ଧି କରି, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଇ-ପଞ୍ଚାୟତ ସଭା ପୋର୍ଟାଲ୍ ଏବଂ ପଞ୍ଚାୟତ ମନିଟରିଂ ସିଷ୍ଟମ ପ୍ରଚଳନ କରିଛନ୍ତି।

ଏହି ପଦକ୍ଷେପଗୁଡ଼ିକ ତୃଣମୂଳ ସ୍ତରରେ ଅନ୍ତର୍ଭୁକ୍ତିମୂଳକ ଏବଂ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି , ଡିଜେ ଲଗାଇ ୫୦ ଲକ୍ଷ ଭୂତ ରାସନ କାର୍ଡ କହିଥିଲେ ସରକାର । ଆଜି ୫ ଲକ୍ଷ ଲୋକଙ୍କୁ କାର୍ଡ ବାଣ୍ଟୁଛନ୍ତି । ଭୂତ ରାସନ କାର୍ଡ ଧରିଛୁ ବୋଲି ବିଧାନସଭାରେ ସରକାର କହିଥିଲେ । କୁଆଡେ ଗଲା ସେସବୁ ଭୂତ ରାସନକାର୍ଡ । ବାହାରେ ଥିବା ଲୋକେ ଇ-କେୱାଇସି କରିପାରି ନାହାନ୍ତି । ସରକାର ମିଛୁଆ। ତାଙ୍କର ସବୁ କଥା ମିଛ ବୋଲି ଅରୁଣ ସାହୁ କଟାକ୍ଷ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking