27.1 C
Bhubaneswar
Wednesday, December 10, 2025
Homeଓଡିଶା‘ପୁଷ୍କରା’କୁ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

‘ପୁଷ୍କରା’କୁ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର: ‘ପୁଷ୍କରା’କୁ ଶ୍ରେଷ୍ଠ  ଓଡିଆ ଚଳଚ୍ଚିତ୍ର ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।  ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଇଲେ । ‘ପୁଷ୍କରା’ ଚଳଚ୍ଚିତ୍ର ତଥା ଏହା ସହ ଜଡିତ ବ୍ୟକ୍ତିବିଶଷଙ୍କୁ ଶୁଭେଚ୍ଛା ଜଣାଇଲେ । ଓଡିଆ ଚଳଚ୍ଚିତ୍ର ଜଗତ ଏପରି ଉତ୍ତମ ଚଳଚ୍ଚିତ୍ର ନିର୍ମାଣ ନେଇ କାମନା କଲେ । ସୂଚନାଥାଉକି, ଗତକାଲି ୭୧ ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ପୁଷ୍କରା’ ପୁରସ୍କୃତ ହୋଇଛି ।  ତରଙ୍ଗ ସିନେ ପ୍ରଡକ୍ସନର  ‘ପୁଷ୍କରା’କୁ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ ମିଳିଛି । ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତରଙ୍ଗ ସିନେ ପ୍ରଡକ୍ସନରେ ୨୦୨୩ରେ ରିଲିଜ ହୋଇଥିଲା ପୁଷ୍କରା । ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋବେଲରୁ ପ୍ରସ୍ତୁତ ହୋଇଥିଲା ସିନେମା ।  ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ୨୬ ତମ ସିନେମା ପୁଷ୍କରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking