ଭୁବନେଶ୍ୱର: ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଶୋକ ପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଶିକ୍ଷା , ସାମାଜିକ ସେବା ଏବଂ ରାଜନୈତିକ କ୍ଷେତ୍ରରେ ଅବଦାନ ସ୍ମରଣୀୟ ରହିଛି । ସଂଗଠନକୁ ଦୃଢ କରିବାରେ ଅସାମାନ୍ୟ ଯୋଗଦାନ ସର୍ୱଦା ସ୍ମରଣୀୟ ରହିବ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ସୂଚନା ଥାଉକି, ଆଜି ସକାଳେ ୭୪ ବର୍ଶ ବୟସରେ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ ତିନିଥର ଭାବେ କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ୱାଚିତ ହୋଇଥିଲେ ।