ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ରଙ୍କ ପରଲୋକ । ତାଙ୍କର ହୃଦଘାତରେ ପରଲୋକ ହୋଇଛି । ଆଶୁତୋଷ ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିବା ସହ ଏକ୍ସରେ ଟ୍ୱିଟ କରି ଜଣାଇଛନ୍ତି ଯେ ତାଙ୍କର ବିୟୋଗ ଓଡିଶାର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମହାପ୍ରଭୁଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, ଏହି ବିଷୟରେ ଜାଣି ମୁଁ ଦୁଃଖିତ । ଦୀର୍ଘଦିନର ସାମ୍ବାଦିକତା ଜୀବନରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।










