ଭୁବନେଶ୍ୱର: ଗିରଫ ହେଲେ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢାଉ ବେଳେ ସରକାରୀ ବାବୁଙ୍କ ଘରୁ ମିଳିଥିଲା ବିପୁଳ ସମ୍ପତ୍ତି । ଏଥିସହିତ ପୁରୀ ଓ ଅନୁଗୁଳରୁ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି । ବାବୁଙ୍କ ଘରେ ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହେଲେ ପଛେ ଟଙ୍କା ଗଣା ସରିପାରି ନଥିଲା । ଶେଷରେ ଟଙ୍କା ଗଣା ମେସିନ ଲାଗିଥିଲା । କାଲି ମନ୍ତ୍ରୀଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା । ମୁଖ୍ୟଯନ୍ତ୍ରୀଙ୍କ ସହ ୨ ଫ୍ଲାଟ ଓ ୭ ଫ୍ଲଟ ରହିଛି । ଦେଢ କୋଟିର ବ୍ୟାଙ୍କ ଡିପୋଜିଟ, ୧ କେଜିରୁ ଅଧିକ ସୁନାଗହଣା ଜବତ ହୋଇଛି । ମ୍ୟୁଚୁଆଲ ଫଣ୍ଡରେ ୨.୭ କୋଟି ଇନଭେଷ୍ଟ , ୧୫ଟି ଦାମୀ ହାତ ଘଣ୍ଟା ଠାବ କରାଯାଇଛି । ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ ବାବୁ । ହାତରେ ମେଞ୍ଚା ମେଞ୍ଚା ଟଙ୍କାକୁ ବିକଳରେ ଫୋପାଡ଼ି ଦେଇଥିଲେ ।