29.1 C
Bhubaneswar
Monday, February 9, 2026
Homeଓଡିଶାମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ରାଜ୍ୟ ପୋଲିସ ନୋଡାଲ ଅଫିସରଙ୍କ ନୂଆପଡା ଗସ୍ତ

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ରାଜ୍ୟ ପୋଲିସ ନୋଡାଲ ଅଫିସରଙ୍କ ନୂଆପଡା ଗସ୍ତ

ନୂଆପଡା:  ୭୧-ନୂଆପଡା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସ୍ଥାନୀୟ ପ୍ରଶାସନିକ ପ୍ରସ୍ତୁତି, ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ସମସ୍ତ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.), ଅତିରିକ୍ତ ଡି.ଜି.ପି ତଥା ରାଜ୍ୟ ପୋଲିସ ନୋଡାଲ ଅଫିସର ଶ୍ରୀ ସଞ୍ଜୟ କୁମାରଙ୍କ ସହିତ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ନୂଆପଡା ଗସ୍ତ କରିଛନ୍ତି ।

ଆଜି ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଗୋପାଳନଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀମାନେ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ସହିତ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଏବଂ ସି-ଭିଜିଲରେ ପ୍ରାପ୍ତ ଅଭିଯୋଗଗୁଡିକର ତତ୍କାଳ ସମାଧାନ ପାଇଁ ୨୪x୭ ସହାୟତା କେନ୍ଦ୍ରର ସମୁଚିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ ।

କୌଣସି ଉପ-ନିର୍ବାଚନରେ ଦାଇତ୍ୱ ସମ୍ପାଦନା କରିବା ଏକ ବିଶେଷ ଅବସର । ଏହି ଉପନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ସମ୍ପୂର୍ଣ୍ଣ ନିରପେକ୍ଷ ଓ ନିଷ୍ଠାପର ଭାବରେ ପ୍ରଦତ୍ତ ଦାୟୀତ୍ଵ ନିର୍ବାହ କରି ଗଣତନ୍ତ୍ରକୁ ସୁଦୃଢ କରିବା ସହିତ ନିର୍ବାଚନ ଆୟୋଗଙ୍କ ସୁନାମକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି ।ନିର୍ବାଚନ ସମୟରେ ମତଦାତାଙ୍କୁ ଅର୍ଥ, ନିଶାଦ୍ରବ୍ୟ, ଶାଢ଼ୀ ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟନ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲାପାଳ ତଥା ଜ଼ିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମଧୁସୂଦନ ଦାଶ ଆଗାମୀ ଉପ-ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ୍ ସିଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ବନ୍ଧୀୟ ବିବରଣୀ ପାୱାର ପଏଣ୍ଟ ମାଧ୍ୟମରେ ବୈଠକରେ ଉପସ୍ଥାପନା କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଓ କେନ୍ଦ୍ରୀୟ ଅଧିକାରୀମାନେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ସବିଶେଷ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ସହ ଉପନିର୍ବାଚନକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟଭାବରେ ଅନୁଷ୍ଠିତ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟିକରିବା ପାଇଁ ପରାମର୍ଶ ଦେଇଛନ୍ତି ।

ସୂଚାନଯୋଗ୍ୟ ଯେ, ଏହି ଅବଧିରେ ଜିଲ୍ଲାର କୌଣସି ଅଧିକାରୀଙ୍କ ବଦଳି ହୋଇ ପାରିବନାହିଁ lଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ (ଭାରତ ନିର୍ବାଚନ ଆୟୋଗ) ଶ୍ରୀ ଏସ ବି ଯୋଶୀ, ଡି ଆଇ ଜି ଶ୍ରୀ କୁଅଁର ବିଶାଲ ସିଂ, ଶାସନ ସଚିବ (ଭାରତ ନିର୍ବାଚନ ଆୟୋଗ) ଶ୍ରୀ ସୁଜିତ୍ କୁମାର ମିଶ୍ର, ଅତିରିକ୍ତ ସି.ଇ.ଓ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ସାହୁ, ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳଙ୍କ ସହିତ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଫିସର୍ ମାନଙ୍କ ତାଲିମ୍ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କ ସହିତ ମତ ବିନିମୟ କରିଥିଲେ ।ଅପରାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଉପ-ନିର୍ବାଚନ ପରିଚାଳନା ସହିତ ସଂଯୁକ୍ତ ବିଭିନ୍ନ କମିଟିର ମୁଖ୍ୟ ମାନଙ୍କର ଏକ ବୈଠକ ଆହ୍ୱାନ କରି ସେମାନଙ୍କ କମିଟି କରିଥିବା ବିଭିନ୍ନ ପ୍ରସ୍ତୁତି ସମ୍ବନ୍ଧରେ ଅବଗତ ହେବା ସହ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ଵକୁ ସଠିକ ଢଙ୍ଗରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସମସ୍ତ ଵୁଥରେ ନିରବଛିନ୍ନ ବିଦ୍ୟୁତ ସଂଯୋଗ, ଶୌଚାଳୟ, ପାନୀୟ ଜଳ, ରାମ୍ପ୍ ଓ ଅନ୍ୟାନ୍ୟ ସମସ୍ତ ମୌଳିକ ସୁବିଧାଗୁଡିକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking