25.1 C
Bhubaneswar
Saturday, February 14, 2026
Homeଓଡିଶାବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ

ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ

ଝାରସୁଗୁଡ଼ା : ନୋଟିସ ଦେଇ ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ସରେଇପାଲି ଥାନା ପୋଲିସ । ଗତକାଲି ରାତିରେ ବିଶାଲଙ୍କ ସମେତ ୧୪ଜଣଙ୍କୁ ଅଟକ ରଖିବା ପରେ ଆଜି ମାମଲା ରୁଜୁ ହୋଇଥିଲା । କିରିମିରା ବ୍ଲକର କିଛି ପଞ୍ଚାୟତ ସମିତି ଥାନରେ ଅଟକ ରହିବାରୁ ସ୍ଥଗିତ ରହିଛି କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ।

ଏହି ଅଟକକୁ ବେଆଇନ ବୋଲି କହିଛନ୍ତି ବିଶାଲ । ଭାଇଙ୍କ ସୁରକ୍ଷାର ଗ୍ୟାରେଣ୍ଟି ନେଇ ପ୍ରଶ୍ନ କରିଛନ୍ତି ଭଉଣୀ ଦୀପାଲି ଦାସ । ଅଟକଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ଓଡ଼ିଶା ସୀମାରେ ପହଞ୍ଚାଇବାକୁ ଛତିଶଗଡ଼ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉଦବେଗ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକର ପଞ୍ଚାୟତ ସମିତି ପ୍ରତିିନିଧିଙ୍କୁ ଛତିଶଗଡ଼ ସରେଇପାଲି ଥାନାରେ ଅଟକ ରଖିବା ଏକ ବିଚଳିତ କରିବା ଭଳି ଘଟଣା। ଅଟକ ଥିବା ପଞ୍ଚାୟତ ସମିତି ସଦସ୍ୟମାନେ ବ୍ଲକ କାର୍ଯ୍ୟାଳୟରେ ସକାଳ ସାଢେ ୧୦ଟାରେ ଅନାସ୍ଥା ପ୍ରସ୍ତାବରେ ମତଦାନ କରିଥାଆନ୍ତେ । କିନ୍ତୁ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲଙ୍କ ସହ ସେମାନଙ୍କୁ ଗତକାଲି ରାତିରୁ ଥାନାରେ ଅଟକ ରଖାଯିବାରୁ ସେମାନେ ଅନାସ୍ଥା ପ୍ରସ୍ତାବରେ ସାମିଲ ହୋଇପାରିନାହାନ୍ତି ।

ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ପିଆରଆଇ ସଦସ୍ୟ ଅଛନ୍ତି। ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ସେମାନଙ୍କୁ ତୁରନ୍ତ ଛାଡ଼ିବାକୁ ଅନୁରୋଧ କରିଛନ୍ତି ନବୀନ। ଏହା ସହ ସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking