28.1 C
Bhubaneswar
Monday, February 23, 2026
Homeଓଡିଶାଉତ୍କଳ ବିଶ୍ଵବିଦ୍ୟାଳୟ ନାମଲେଖା ଜାଲିଆତି ପ୍ରସଙ୍ଗ: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ...

ଉତ୍କଳ ବିଶ୍ଵବିଦ୍ୟାଳୟ ନାମଲେଖା ଜାଲିଆତି ପ୍ରସଙ୍ଗ: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ

ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ନେତୃତ୍ଵରେ ଏକ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ସେଠୀଙ୍କ ସରକାରୀ ବାସଭବନ ପ୍ରଦେଶ ଛାତ୍ର କଂଗ୍ରେସ ଘେରାଉ କରିଥିଲା । ଏହି ପ୍ରସଙ୍ଗରେ ଶ୍ରୀ ଉଦିତ ପ୍ରଧାନ କହିଛନ୍ତି ଯେ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସେଠୀ ସାମସ୍ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଯାହାକି ନାମଲେଖା ପ୍ରକ୍ରିୟାରେ ସ୍ଵଚ୍ଛତା ଅବଲମ୍ବନ କରିଥାଏ, ତାହାକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଲାଇବ୍ରେରି ଆଣ୍ଡ ଇନ୍‌ଫରମେସନ ସାଇନ୍‌ସ୍ ବିଭାଗରେ ନାମଲେଖା ପାଇଁ ଆବେଦନକାରୀ ଛାତ୍ର ଶ୍ରୀ ବିଜୟ ସାହୁ ସାମସ୍ ଗ୍ୟାଙ୍କିଙ୍ଗରେ ୧୩ ନମ୍ବର ସ୍ଥାନ ରଖୁଥିଲେ।

ମାତ୍ର ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସାମସ୍ତ ବ୍ୟାଙ୍କିଙ୍ଗ୍‌ରେ ୧୫ ନମ୍ବର ସ୍ନାନ ରଖୁଥିବା ସ୍ଥାନକୁ ନାମଲେଖା ପାଇଁ ସୁଯୋଗ ଦେଲେ । ୧୩ ନମ୍ବର ସ୍ନାନ ରଖିବା ଛାତ୍ର ଶ୍ରୀ ବିଜୟ ସାହୁଙ୍କୁ ସଂପୃକ୍ତ ବିଭାଗ ପକ୍ଷରୁ ରିପୋର୍ଟଟ୍ ପରେ ଆଡ଼ମିସନ ପାଇଁ ଟେଲିଫୋନ କରାଯାଇଥିଲା । ଶ୍ରୀ ସାହୁ ଫକୀର ମୋହନ ବିଶ୍ଵବିଦ୍ୟାଳୟରୁ ତାଙ୍କର ସି.ଏଲ୍.ସି ଆଣି ଯଥାସମୟରେ ଆଡ଼ମିସନ ଫର୍ମ ପୂରଣ କରି ଆବଶ୍ୟକୀୟ ବକୁଟ ସହ ସଂପୃକ୍ତ ବିଭାଗରେ ଦାଖଲ କଲେ । ମାତ୍ର ସେହି ବିଭାଗର କୋଅଡ଼ିନେଟର ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ଆବେଦନକାରୀ ଛାତ୍ରଙ୍କୁ କହିଲେ ଯେ, “ ତୁମର ସବୁ ଯୋଗ୍ୟତା ଥାଇ ଆମେ ତୁମର ନାମ ଲେଖାଇ ପାରିବୁ ନାହିଁ, କାରଣ ଆମ ଉପରେ ଚାପ ରହିଛି, ଯଦି ଆମେ ଏହି ଚାପକୁ ନ ମାନିବୁ ତେବେ ଅସୁବିଧାରେ ପଡ଼ିବୁ” ।

ଏହି ପ୍ରସଙ୍ଗ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ଏବଂ ଛାତ୍ର କଂଗ୍ରେସ ପକ୍ଷରୁ କୁଳପତି ଶ୍ରୀମତୀ ସଙ୍ଗୀତା ଆଚାର୍ଯ୍ୟ ଏବଂ ପି. କି. କାଉନ୍ସିଲ ଅଧ୍ୟକ୍ଷ ନବନୀତା ରଥ ଦୃଷ୍ଟିକୁ ଅଣାଯାଇଥିଲା । ନାମଲେଖାର କାଳିଆଦି ଭଳି ସାଙ୍ଘାତିକ ଅଭିଯୋଗକୁ କୁଳପତି ଏବଂ କାଉନ୍ସିଲ ଅଧକ୍ଷ ନବନୀତା ରଥ ବିଚାରକୁ ନେଲେ ନାହିଁ । କୋଅଡ଼ିନେଟର ଯେଉଁ ଭାଷାରେ ବୁଝାଇଥୁଲେ ଜୁନପଡି ଏବଂ ପି.ଜି. କାଉନ୍ସିଲ ଅଧ୍ୟକ୍ଷ ମଧ୍ୟ ସେହି ଭାଷାରେ ଉପେକ୍ଷିତ ଛାତ୍ରକୁ ବୁଝାଇଲେ । ଏହି ପ୍ରସଙ୍ଗ ଛାତ୍ର କଂଗ୍ରେସ ପକ୍ଷରୁ ମାନ୍ୟବର ରାଜ୍ୟପାଳ ଯିଏକି ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧୂପତି, ଉଚ୍ଚଶିକ୍ଷା ବିଭାଗର ସଚିବଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ମାତ୍ର କୌଣସି ସୁଫଳ ମିଳିଲା ନାହିଁ । ଉତ୍କଳ ବିଶ୍ଵବିଦ୍ୟାଳୟର କିଛି ସାଧୁ ବା ସଟ କର୍ମଚାରୀ ଆମକୁ ଖବର ଦେଲେ ଯେ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ ସେଠୀଙ୍କ ନିର୍ଦ୍ଦେଶରେ ଏହି ନାମ ଲେଖ କରାଯାଇଛି । ଆମେ ମଧ୍ୟ ଖବର ପ୍ରାପ୍ତ ହେଲୁ ଯେ ଅସାଧୁ ଉପାୟରେ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ପାଇଁ ମନ୍ତ୍ରୀ ଶ୍ରୀ ସେଠୀଙ୍କ ସରକାରୀ ବାସଭବନରେ ଏକ ପ୍ରକୋଷ୍ଠ ଖୋଲିଛି ।

ଯେଉଁଠାରେ ମେଧାବୀ ଛାତ୍ରମାନଙ୍କର ସ୍ଵାର୍ଥକୁ ତଳିତଳାନ୍ତ କରି ମନ୍ତ୍ରୀଙ୍କର ସଂପର୍କରେ ବା ସଂଯୋଗରେ ରହିଥିବା ଛାତ୍ରମାନଙ୍କୁ ଯୋଗ୍ୟତା ନଥାଇ ନାମ ଲେଖା ପାଇଁ ସୁଯୋଗ ଦିଆଯାଉଛି । ସୁତରାଂ ମନ୍ତ୍ରୀ ଶ୍ରୀ ସେଠୀ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ କଳଙ୍କିତ କରୁଛନ୍ତି । ରତ୍କଳ ବିଶ୍ଵବିଦ୍ୟାଳୟର ଗରିମାକୁ ନଷ୍ଟ କରିଛନ୍ତି। ସାରା ପୃଥିବୀରେ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନେ ଉତ୍କଳ ବିଶ୍ଵବିଦ୍ୟାଳୟର ଏଭଳି ଦୂରାବସୁ ଖବର ଶୁଣି ମର୍ମାହତ । ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଜବଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସହ ଆବେଦନକାରୀ ଛାତ୍ର ଶ୍ରୀ ବିଜୟ ସାହୁଙ୍କୁ ତୁରନ୍ତ ନାମ ଲେଖା ପାଇଁ ସୁଯୋଗ ଦେବାକୁ ଦାବି କରାଯାଇଛି । ଏ ସମସ୍ତ ନାମଲେଖା କାଲିଆତିରେ ସଂପୃକ୍ତ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି, ପି.ଜି. କାଉନ୍ସିଲ ଅଧ୍ୟକ୍ଷ ଏବଂ ଜୋର୍ସ କୋଡ଼ିନେଟରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି ।

ଆଜିର କାର୍ଯ୍ୟକ୍ରମରେ ୟାସିର ନୱାଜ, ବିଶ୍ବଜିତ ଦାସ, ରଞ୍ଜିତ ପାତ୍ର, ମନୋଜ ବିଶ୍ଵାଳ, କିରଣ ସାହୁ, ସୁଦିପ ସାମଲ, ତୁଷାରକାନ୍ତ ତପ୍‌ସି, ଗଣେଷ ଦାସ, ନିନ୍ଦାର ବେହେରା, ବିଶ୍ଵ ଭୂଷଣ ମହାପାତ୍ର, ମିର୍ଜା ଇସ୍‌ଲାମ୍ ବେଗ, ଶ୍ରୀ ମହାନ୍ତି, ଲିପିକା ପାତ୍ର, ବାବୁ ଜେନା, ସୁବ୍ରତ ମହାପାତ୍ର, ରଣଜିତ ସେନାପତି, ପ୍ରିତମ ନାୟକ, ସୌମ୍ୟ ବରାଳ, ମହମ୍ମଦ ପରରେଜ, ଲେଭିନ୍ କେନା, ସୁରମ୍ ରାଜ, ସୁନିଲ ସାହୁଗାନ୍ଧୀ ଓ ଅଶୋକ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking