24.1 C
Bhubaneswar
Saturday, March 21, 2026
Homeଓଡିଶାଆଜି ବସିବ ଛତିଶା ନିଯୋଗ ବୈଠକ

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ। ଅକ୍ଟୋବର ୩ ତାରିଖରୁ ମହାଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହେବାକୁ ଥିବାରୁ ବାଳଧୂପର ନୀତିନିର୍ଘଣ୍ଟ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ,ମଇଲମ ,ତଡପଲାଗି ,ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ ବାହାରୁ ଥିବାରୁ କେତେବେଳେ ଶ୍ରୀମନ୍ଦିର ଫିଟାଯାଇ ଏହି ନୀତି ସବୁ ହେବ ସେନେଇ ବୈଠକରେ ବିଭିନ୍ନ ନିଯୋଗର ସେବକଙ୍କ ସହ ଆଲୋଚନା କରିବା ସହ ନୀତି ଗୁଡିକର ସମୟସୀମା ଧାର୍ଯ୍ୟ କରାଯିବ। ଏହାସହ ପଞ୍ଚୁକ ବ୍ରତ ପାଇଁ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ବେଶ କରାଯିବ ଓ ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବାକୁ ଥିବାରୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking