ଭୁବନେଶ୍ୱର : ଆମ ଜୀବନ ଶୈଳୀରେ ଋତୁର ପରିବର୍ତ୍ତନ ହେବା ଭଳି ସ୍ୱାସ୍ଥ୍ୟର ମଧ୍ୟ ପରିବର୍ତ୍ତନ ହୋଇଥାଏ । କେବେ ଦେହ ଭଲ ରୁହେ ତ ଆଉ କେବେ ଅଳସୁଆ ଲାଗେ । ତେବେ କଣ ଜାଣିଛନ୍ତି କି ଏହା କାହିଁକି ହୁଏ ? ଶୀତଦିନେ ଲୋକମାନେ ବହୁତ ଅସୁସ୍ଥ ହୁଅନ୍ତି । ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି କାରଣରୁ । ଏହାକୁ ମଜଭୁତ କରିବା ପାଇଁ ଚବନପ୍ରାସ ଖାଇବା ଆବଶ୍ୟକ । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀର ଭିତରୁ ଗରମ ରଖିବା ସହ ଶରୀରରୁ ଶକ୍ତିଶାଳୀ ରଖେ । ଏଥିରେ ।ଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ ସି ରହିଛି । ଯାହା ଥଣ୍ଡା , କାଶକୁ ରୋକିବାରେ ସାହାଯ୍ୟ କରେ । ଫାଇବର ଗୁଣଗୁଡିକ ଚବନପ୍ରାସରେ ମିଳିଥାଏ । କୋଷ୍ଠକାଠିନ୍ୟ ଭଳଳି ସମସ୍ୟାରୁୁ ମୁକ୍ତି ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ । ଏହା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଯେଉଁମାନେ କ୍ଲାନ୍ତ ଅନୁଭବ କରନ୍ତି ସେମାନେ ଚବନପ୍ରାସ ଖାଇବା ଉଚିତ । ଏହା ଶରୀରରେ ଶକ୍ତି ବଜାୟ ରଖିଥାଏ । ଚବନପ୍ରାସରେ କ୍ୟାଲସିୟମ ଗୁଣ ରହିଛି ଯାହା ହାଡକୁ ମଜଭୁତ କରେ । କେବଳ ଭିଟାମିନ ସି ନୁହେଁ , ଏଥିରେ ଭିଟାମିନ ଏ ରହିଛି ଯାହା ଦୃଷ୍ଟିଶକ୍ତି ପାଇଁ ଲାଭଦାୟକ ଅଟେ ।









