31.1 C
Bhubaneswar
Wednesday, February 11, 2026
Homeଖେଳଚେସ୍ ଅଲିମ୍ପିଆଡ୍‌: ୯ମ ରାଉଣ୍ଡ୍ ପରେ ଶୀର୍ଷରେ ଭାରତ; ମହିଳା ବର୍ଗରେ ଦ୍ୱିତୀୟକୁ ଖସିଲା

ଚେସ୍ ଅଲିମ୍ପିଆଡ୍‌: ୯ମ ରାଉଣ୍ଡ୍ ପରେ ଶୀର୍ଷରେ ଭାରତ; ମହିଳା ବର୍ଗରେ ଦ୍ୱିତୀୟକୁ ଖସିଲା

ବୁଦାପେଷ୍ଟ: ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ୪୫ତମ ଫିଡେ ଚେସ୍ ଅଲିମ୍ପିଆଡ୍‌ରେ ଉଜ୍‌ବେକିସ୍ତାନ ଶୁକ୍ରବାର ଭାରତର ଏଗାତାର ୮ ବିଜୟ ଧାରାରେ ବ୍ରେକ୍ ଲଗାଇଛି। ଓପନ୍ ର‌୍ୟାଙ୍କିଙ୍ଗଗ୍‌ରେ ଭାରତର ମୁକାବିଲା ଉଜ୍‌ବେକିସ୍ତାନ ସହ ହୋଇଥିବା ବେଳେ ଦୁଇ ଟିମ୍ ୨-୨ର ଡ୍ର’ ଖେଳିଥିଲେ। ଟୁର୍ଣ୍ଣାମେଣ୍ଟର ନବମ ରାଉଣ୍ଡ୍ ଶେଷ ହେବାପରେ ଭାରତ ଓପନ୍ କାଟାଗୋରୀରେ ୧୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ତେବେ ମହିଳା କାରାଗୋରୀରେ ୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଟୁର୍ଣ୍ଣାମେଣ୍ଟ୍‌ର ୧୧ଶ ଏବଂ ଫାଇନାଲ୍ ରାଉଣ୍ଡ୍ ସେପ୍ଟେମ୍ବର ୨୨ ତାରିଖରେ ଖେଳାଯିବ।

ଶୁକ୍ରବାର ଅନୁଷ୍ଠିତ ୯ମ ରାଉଣ୍ଡ୍‌ର ଓପନ୍ କାଟାଗୋରୀରେ ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର ଡି ଗୁକେଶ୍ ଉଜ୍‌ବେକିସ୍ତାନକୁ ଅବ୍‌ଦୁସ୍‌ତ୍ତୋରୋଭ୍ ନୋଦିରିବେକ୍‌ଙ୍କ ସହ ଡ୍ର’ ଖେଳିଥିଲେ। ଏହା ବ୍ୟତୀତ ସମସ୍ତ ମ୍ୟାଚ୍ ଡ୍ର’ ରହିଥିଲା। ମହିଳା କାଟାଗୋରୀର ୯ମ ରାଉଣ୍ଡ୍‌ରେ ଭାରତ ଓ ଆମେରିକାକୁ ୨-୨ ପଏଣ୍ଟ ମିଳିଥିଲା। ଭାରତ ବନ୍ତିକା ଅଗ୍ରୱାଲ୍ ନିଜ ମ୍ୟାଚ୍ ଜିତିଥିବା ବେଳେ ବୈଶାଳୀ ରମେଶବାବୁଙ୍କୁ ଆମେରିକାର ତୋଖିରଜୋନୋଭା ଗୁଲରୁଖବେଗିମ ୧-୦ରେ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking