26.1 C
Bhubaneswar
Saturday, June 7, 2025
Homeଖେଳଚେନ୍ନାଇ ୨ ରନ୍‌ରେ ପରାଜିତ; ଅନ୍ତିମ ବଲ୍‌ରେ ଜିତିଲା ଆର୍‌ସିବି

ଚେନ୍ନାଇ ୨ ରନ୍‌ରେ ପରାଜିତ; ଅନ୍ତିମ ବଲ୍‌ରେ ଜିତିଲା ଆର୍‌ସିବି

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ ସିଜନ୍‌ର ୫୨ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ବିପକ୍ଷରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨ ରନ୍‌ର ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟ ସହ ଆର୍‌ସିବି ପଏଣ୍ଟ୍ ଟେବଲ୍‌ର ଶୀର୍ଷରେ ପହଞ୍ଚିଛି। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆର୍‌ସିବି ପ୍ରଥମେ ୫ ୱିକେଟ୍ ବିନିମୟରେ ୨୧୩ ରନ୍ କରିଥିଲା। ଜବାବରେ ସିଏସ୍‌କେ ୫ ୱିକେଟ୍ ହରାଇ ୨୧୧ ରନ୍ କରିବାକୁ ସମର୍ଥ ହୋଇଥିଲା।

ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇକୁ ଆୟୁଷ ମାହାତ୍ରେ ଓ ଶେଖ୍ ରଶିଦ୍ ଭଲ ଆରମ୍ଭ ଦେଇ ୫୧ ରନ୍‌ର ଓପ୍ନିଂ ପାର୍ଟନରଶିପ୍ କରିଥିଲେ। ତେବେ ପଞ୍ଚମ ଓଭର୍‌ରେ ରଶିଦ୍ ୧୪ ରନ୍ କରି କୃଣାଳ ପାଣ୍ଡ୍ୟାଙ୍କ ବଲ୍‌ରେ ଶେଫର୍ଡଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ପରବର୍ତ୍ତୀ ଓଭର୍‌ରେ ସାମ୍ କର୍ ମାତ୍ର ୫ ରନ୍ କରି ବିଦାୟ ନେବାପରେ ଆୟୁଷ ମାହାତ୍ରେ ଇନିଂସ୍ ସମ୍ଭାଳି ୨୫ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିବା ରବୀନ୍ଦ୍ର ଜାଡ଼େଜା ମଧ୍ୟ ୨୯ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୧୪ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ୧୭ତମ ଓଭର୍‌ରେ ମାହାତ୍ରେ ୯୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ୪୮ ବଲ୍‌ର ଇନିଂସ୍‌ରେ ୯ ଚୌକା ଓ ୫ ଛକା ସାମିଲ ଥିଲା। ମାହାତ୍ରେଙ୍କ ଆଉଟ୍ ପରେ ଜାଡ଼େଜା ସହ ମିଶି କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନି ଭୁବନେଶ୍ୱର କୁମାରଙ୍କ ୧୯ତମ ଓଭର୍‌ରେ ୧୫ ରନ୍ ଉଠାଇଥିଲେ। ମାତ୍ର ୨୦ତମ ଓଭର୍‌ର ତୃତୀୟ ବଲ୍‌ରେ ୟଶ୍ ଦୟାଲ୍ ଧୋନିଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରଥିଲେ। ଦୟାଲ୍‌ଙ୍କ ପରବର୍ତ୍ତୀ ନୋ-ବଲ୍‌ରେ ଶିଭମ୍ ଦୁବେ ଛକା ଲଗାଇ ମ୍ୟାଚ୍ ଚେନ୍ନାଇ ସପକ୍ଷରେ ନେଇଯାଇଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇପାରି ନଥିଲେ। ଫଳରେ ଆର୍‌ସିବି ୨ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଜାଡ଼େଜା ୩୪୫ ବଲ୍‌ରେ ୮ ଚୌକା ଓ ଦୁଇଟି ଛକା ସହାୟତାରେ ୭୭ ଏବଂ ଦୁବେ ୮ରନ୍ କରି ଅପରାଜିତ ଫେରିଥିଲେ। ଆର୍‌ସିବି ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ କୃଣାଳ ପାଣ୍ଡ୍ୟାଙ୍କୁ ୧-୧ ସଫଳତା ମିଳିଥିଲା।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆର୍‌ସିବି ପକ୍ଷରୁ କ୍ୟାକୋବ୍ ବେଥେଲ୍ ଓ ବିରାଟ କୋହଲି ବିସ୍ଫୋରକ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୯୭ ରନ୍‌ର ପାର୍ଟନରଶିପ୍ କରିଥିଲେ। ତେବେ ୧୦ମ ଓଭର୍‌ରେ ମାଥିଶା ପାଥିରାନା ବେଥେଲ୍‌ଙ୍କୁ ଆଉଟ୍ କରି ଏହି ପାର୍ଟନରଶିପ୍‌ରେ ବ୍ରେକ୍ ଲଗାଇଥିଲେ। ବେଥେଲ୍ ୩୩ ବଲ୍‌ରେ ଆଠ ଚୌକା ଓ ଦୁଇ ଛକା ସହାୟତାରେ ୫୫ ରନ୍ କରିଥିଲେ। ଏହାପରେ କୋହଲି ଇନିଂସ୍ ସମ୍ଭାଳି ୨୮ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ୧୨ଶ ଓଭର୍‌ରେ ସାମ୍ କରନ୍ ତାଙ୍କ ୱିକେଟ୍ ନେଇଥିଲେ। କୋହଲି ୩୩ ବଲ୍‌ରେ ପାଞ୍ଚଟି ଲେଖାଏ ଛକା ଓ ଚୌକା ସହାୟତାରେ ୬୨ ରନ୍‌ର ଇନିଂସ୍ ଖେଳିଥିଲେ। ଦେବଦତ୍ତ ପାଡିକ୍କଲ୍ ୧୬ଶ ଓଭର୍‌ରେ ୧୭ ରନ୍ କରି ବିଦାୟ ନେଇଥିବା ବେଳେ ରଜତ ପାଟିଦାର ମାତ୍ର ୧୧ ରନ୍ କରି ପରବର୍ତ୍ତୀ ଓଭର୍‌ରେ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ରୋମାରିଓ ଶେଫର୍ଡ ୧୯ତମ ଓଭର୍‌ରେ ଖଲିଲ୍ ଅହମଦଙ୍କ ବଲ୍‌ରେ ୩୩ ରନ୍ ଉଠାଇଥିଲେ। ଶେଫର୍ଡ ୧୪ ବଲ୍‌ରେ ୫୩ ରନ୍‌ର ବିସ୍ଫୋରକ ଅପରାଜିତ ଇନିଂସ୍ ଖେଳିଥିଲେ। ତାଙ୍କ ଇନିଂସ୍ ଦମ୍‌ରେ ଆର୍‌ସିବି ଚେନ୍ନାଇ ଆଗରେ ୨୧୪ ରନ୍‌ର ଲକ୍ଷ୍ୟ ସ୍ଥାପନ କରିଥିଲା। ଚେନ୍ନାଇ ପକ୍ଷରୁ ପାଥିରାନା ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ନୁର୍ ଅହମଦ ଓ ସାମ୍ କରନ୍‌ଙ୍କୁ ୧-୧ ସଫଳତା ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking