ଯାଜପୁର: ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଲାଇନଚ୍ୟୁତ । ଚେନ୍ନାଇ ନ୍ୟୁ ଜଲପାଇଗୁଡି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଯାଜପୁର ଜଖପୁରା ଷ୍ଟେସନ ନିକଟରେ ଟ୍ରାକରୁ ଖସିଛି ଟ୍ରେନର ୩ଟି ବଗି । ଆରମ୍ଭରୁ ୨ଟି ବଗି ଛାଡି ୩ଟି ବଗି ଖସିଛି । ଟ୍ରେନର ଇଞ୍ଜିନ ଏବଂ ଲଗେଜ ଭ୍ୟାନ ଛାଡି ଅନ୍ୟ ୩ଟି ବଗି ଖସିଛି । ତେବେ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ରେସ୍କ୍ୟୁ ଟିମ । ଭଦ୍ରକରୁ ଯାଇଛନ୍ତି ଗୋଟିଏ ରେସ୍କ୍ୟୁ ଟିମ । ବଡ କଥା ହେଉଛି ଲାଇନଚ୍ୟୁତ ପରେ ବି ଟ୍ରେନରେ ଥିବା କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି ।










