26.1 C
Bhubaneswar
Friday, March 13, 2026
Homeଓଡିଶାଭିଜିଲାନ୍ସ ଜାଲରେ ଏଡିଇଓ

ଭିଜିଲାନ୍ସ ଜାଲରେ ଏଡିଇଓ

କୋରାପୁଟ:ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଏଡିଇଓ ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ବିଶୋୟୀଙ୍କ କୋରାପୁଟ ଜିଲ୍ଲା ବୋରିଗୁମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ପୈତୃକ ଘର, ତାଙ୍କ ଦ୍ବାରା ନିର୍ମିତ ଘର, ତାଙ୍କ ଭାଇଙ୍କ ଘର, ତାଙ୍କ ସମ୍ପର୍କୀୟଙ୍କ ଘର, ତାଙ୍କର କାଜୁ ପ୍ରୋସେସିଂ ୟୁନିଟ୍  ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ଅଫ୍  ବୋରିଗୁମାରେ ଅବସ୍ଥିତ ଶ୍ରୀ ବିଶୋୟୀଙ୍କ ତିନି ମହଲା କୋଠା ଓ କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ପଂଚାୟତରେ ଅବସ୍ଥିତ ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠ ଆଦିରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଘର ଚଢ଼ାଉ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking