15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶରସାୟନ କାରଖାନାରେ ବିସ୍ଫୋରଣ : ୪ ଶ୍ରମିକଙ୍କ ମୃତ୍ୟୁ

ରସାୟନ କାରଖାନାରେ ବିସ୍ଫୋରଣ : ୪ ଶ୍ରମିକଙ୍କ ମୃତ୍ୟୁ

ଗୁଜରାଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ କାରଖାନାରେ କାମ କରୁଥିବା ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁଜୁରାଟର ଭରୁଚ ଜିଲ୍ଲାର ଅଙ୍କଲେଶ୍ୱର ଜିଆଇଡିସି ଅଞ୍ଚଳରେ ଥିବା ଏକ ଶିଳ୍ପ ୟୁନିଟର ଷ୍ଟୋରେଜ୍ ଟାଙ୍କିରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ଏହି ବିସ୍ଫୋରଣରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।ଭରୁଚ ଆରକ୍ଷୀ ଅଧୀକ୍ଷକ ମୟୂର ଚାୱଡା କହିଛନ୍ତି ଯେ ଏହି ଶ୍ରମିକମାନେ ଶିଳ୍ପ ବର୍ଜ୍ୟବସ୍ତୁ ବିଶୋଧନ କରୁଥିବା ଡେଟକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପରିସରରେ ଥିବା ଏକ ଷ୍ଟୋରେଜ୍ ଟାଙ୍କି ଉପରେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ବୋଲି ଚାୱଡା କହିଛନ୍ତି। କମ୍ପାନୀ ବାହାରେ ଭିଡ଼କୁ ନିୟନ୍ତ୍ରଣ କରି ପୁଲିସ ଭିତରେ ଯାଞ୍ଚ ଆରମ୍ଭ କରିଥିଲା। ପୁଲିସ ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ବୋଲି ସେ କହିଛନ୍ତି।ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking