30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜୀବନସାଥୀକୁ ଧୋକା ଦେବା ଅପରାଧ ନୁହେଁ : କୋର୍ଟ

ଜୀବନସାଥୀକୁ ଧୋକା ଦେବା ଅପରାଧ ନୁହେଁ : କୋର୍ଟ

ନ୍ୟୁୟର୍କ : ଜୀବନସାଥୀ ଧୋକା ଦେଲେ ଏହା ଅପରାଧ ନୁହେଁ। ନ୍ୟୁୟର୍କରେ ୧୦୦ ବର୍ଷରୁ ଅଧିକ ପୁରୁଣା ଆଇନରେ ପରିବର୍ତ୍ତନ । ୧୯୦୭ ରେ ଏହି ଆଇନ ଛାଡପତ୍ର ମାମଲାକୁ ହ୍ରାସ କରିବା ପାଇଁ ତିଆରି ହୋଇଥିଲା। କିଛି ରାଜ୍ୟରେ ବହୁ ବର୍ଷ ହେବ ଏଭଳି ଆଇନକୁ ଶେଷ କରିବାକୁ ପଦକ୍ଷେପ ନିଆଯାଇଛି। ଶେଷରେ ନ୍ୟୁୟର୍କର ଗର୍ଭନର ଏହାକୁ ଦେଇଛନ୍ତି ମଞ୍ଜୁରୀ। ଆମେରିକାର ନ୍ୟୁୟର୍କରେ ଭାଙ୍ଗିଲା ୧୦୦ ବର୍ଷରୁ ଅଧିକ ପୁରୁଣା ଆଇନ। ଏବେ ନିଜ ପାର୍ଟନର ଛଡା ଅନ୍ୟ କାହା ସହ ସମ୍ପର୍କ ରଖିବା ଅପରାଧ ନୁହେଁ। ଅଡଲ୍ଟ୍ରି ବା ନିଜ ଜୀବନସାଥୀ ବ୍ୟତୀତ ଅନ୍ୟ କାହା ସହ ଶାରିରୀକ ସମ୍ପର୍କ ରଖିଲେ ତାହା ଅପରାଧ ଶ୍ରେଣୀଭୂକ୍ତ ନୁହେଁ। ଆମେରିକାର ବହୁ ରାଜ୍ୟରେ ଅଡଲ୍ଟ୍ରି ଉପରେ କଟକଣା ନେଇ କଡା ଆଇନ ରହିଛି। ପୂର୍ବରୁ ଏଥିପାଇଁ ୩ ମାସର ଜେଲ୍ ଦଣ୍ଡାଦେଶ ରହିଥିଲା। ଏହାକୁ ଉଠାଇବା ଗତ କିଛି ବର୍ଷ ହେବ ଦାବି ହେଉଥିଲା।

ଶେଷରେ ତାହା ଶୁକ୍ରବାର ପୂରଣ ହୋଇଛି। ଏହାକୁ ସେ ସମୟରେ ବ୍ୟବହାର ଯେତେବେଳେ ଛାଡପତ୍ର ପାଇବା ଏକମାତ୍ର ବାଟ ଥିଲା। ତେବେ ଏଥିପାଇଁ ସ୍ୱାମୀ କିମ୍ବା ସ୍ତ୍ରୀକୁ ଧୋକା ଦେଉଥିବା ନେଇ ପ୍ରମାଣିତ କରିବାକୁ ପଡୁଥିଲା। ବହୁ ରାଜ୍ୟରେ ଗତ କିଛି ବର୍ଷ ହେବ ଏହି ଆଇନକୁ ଉଠାଇବାର ଦାବି କରାଯାଉଥିଲା। ବିଲ୍‌କୁ ମଞ୍ଜୁରୀ ଦେଇ ଗର୍ଭନର କହିଛନ୍ତି, ମୁଁ ନିଜ ସ୍ୱାମୀଙ୍କ ସହ ୪୦ ବର୍ଷ ହେବ ଭଲ ବିବାହିତ ସମ୍ପର୍କରେ ଅଛି। ତେଣୁ ମୁଁ ଭାଗ୍ୟଶାଳୀ। ମୋ ପାଇଁ ଅଡଲ୍ଟ୍ରିକୁ ଅପରାଧ ମୁକ୍ତ କରିବା ନେଇ ବିଲ୍‌କୁ ମଞ୍ଜୁରୀ ଦେବା ନିଶ୍ଚିତ ପକ୍ଷେ ଏକ ବିଡମ୍ବନା। ମୁଁ ଜାଣିଛି ଅନେକ ଲୋକଙ୍କ ଭିତରେ ଜଟିଳ ସମ୍ପର୍କ ରହିଛି। ଏହି ମାମଲାକୁ ପରସ୍ପର ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର, ନ୍ୟାୟ ପ୍ରଣାଳି ଦ୍ୱାରା ନୁହେଁ। ଆସନ୍ତୁ ଏଭଳି ପୁରୁଣା ଆଇନକୁ ସବୁବେଳ ପାଇଁ ଶେଷ କରିବା।’ ଏହି ବିଲ୍‌କୁ ଷ୍ଟେଟ୍ ଆସେମ୍ବଲି ମେମ୍ବର ଚାର୍ଲସ୍ ଲୋଭିନ୍ ଆଗତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking