17.1 C
Bhubaneswar
Wednesday, February 4, 2026
Homeଓଡିଶାଚାଉଳ ହଡ଼ପ: ବିଦ୍ୟାଳୟ ଫାଟକରେ ତାଲା ମାରି ଅଭିଭାବକଙ୍କ ପ୍ରତିବାଦ

ଚାଉଳ ହଡ଼ପ: ବିଦ୍ୟାଳୟ ଫାଟକରେ ତାଲା ମାରି ଅଭିଭାବକଙ୍କ ପ୍ରତିବାଦ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ଉଚ୍ଚ ବିଦ୍ୟାଳୟରୁ ଚାଉଳ ହଡ଼ପ ଘଟଣାରେ ତାତିଲେ ଅଭିଭାବକ  । ଫଳରେ ବିଦ୍ୟାଳୟ ଫାଟକରେ ତାଲା ମାରି ପ୍ରତିବାଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ସ୍ଥାନୀୟ ଜନତା।ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇଦିନ ହେବ ବିଦ୍ୟାଳୟରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଇକ ଯୋଗେ ଚାଉଳ ବୋହିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ ସ୍ଥାନୀୟ ବାସିନ୍ଦା। ତେବେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆଳରେ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ବେଳେ ଘଟଣା ଚପାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି ଆଜି ବହୁ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ମାରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ପଞ୍ଚାୟତ ବାସିନ୍ଦା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking