18.1 C
Bhubaneswar
Friday, December 26, 2025
Homeଖେଳଚାର୍ଲସ୍ ଲାଙ୍ଗଭେଲ୍ଡଟ୍ ଜିମ୍ବାୱେ ବୋଲିଂ କୋଚ୍

ଚାର୍ଲସ୍ ଲାଙ୍ଗଭେଲ୍ଡଟ୍ ଜିମ୍ବାୱେ ବୋଲିଂ କୋଚ୍


ହରାରେ: ଭାରତ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଜିମ୍ବାୱେ କ୍ରିକେଟ୍ ଟିମ୍ ଏକ ବଡ଼ ନିଷ୍ପତ୍ତିକ୍ରମେ ସାଉଥ୍ ଆଫ୍ରିକା ପୂର୍ବତନ ଫାଷ୍ଟ୍ ବୋଲର୍ ଚାର୍ଲ୍ସ ଲାଙ୍ଗ୍‌ଭେଲ୍ଡଟଙ୍କୁ ବୋଲିଂ କୋଚ୍ ନିଯୁକ୍ତ କରିଛି । ଜିମ୍ବାୱେ ନିକଟରେ ଜଷ୍ଟିନ୍ ସାମନ୍‌ସଙ୍କୁ ମୁଖ୍ୟ କୋଚ୍ ଏବଂ ଡିୟୋନ୍ ଇବ୍ରାହିମ୍‌ଙ୍କୁ ବ୍ୟାଟିଂ କୋଚ୍ ନିଯୁକ୍ତ କରିଥିଲା । ପୂର୍ବରୁ କୋଚିଂ ଦାୟିତ୍ୱ ତୁଲାଇଥିବା ଲାଙ୍ଗ୍‌ଭେଲ୍ଡଟ୍‌ଙ୍କ ଅନୁଭବ ଜିମ୍ବାୱେ ପାଇଁ ସହାୟକ ହେବ । ଚାର୍ଲସ୍ ଲାଙ୍ଗଭେଲ୍ଡଟଙ୍କୁ ନିଯୁକ୍ତ ମିଶୀ ଯାଞ୍ଚ୍ କମିଟି କରିଛି । ଟି-୨୦ ବିଶ୍ୱକପ୍ ପାଇଁ ଜିମ୍ବାୱେ ଯୋଗ୍ୟତା ଅର୍ଜନ କରିନପାରିବା ପରେ ଏହି କମିଟି ଗଠନ କରାଯାଇଥିଲା ।
ବାଂଲାଦେଶ ଏବଂ ସାଉଥ୍ ଆଫ୍ରିକା କୋଚିଂ ସେଟ୍‌ଅପ୍‌ର ସଦସ୍ୟ ଥିବା ଲାଙ୍ଗଭେଲ୍ଡଟ୍ ଗତବର୍ଷର ଦିନିକିଆ ବିଶ୍ୱକପ୍ ଶେଷ ପର୍ଯ୍ୟନ୍ତ ଆଫଗାନିସ୍ତାନ ଟିମ୍‌ର ବୋଲିଂ କୋଚ୍ ଥିଲେ । ଚାର୍ଲ୍ସ ଲାଙ୍ଗଭେଲ୍ଡଟ୍ ସାଉଥ୍ ଆଫ୍ରିକା ପାଇଁ ତିନିଟି ଯାକ ଫର୍ମାଟ୍‌ରେ କ୍ରିକେଟ୍ ଖେଳିଛନ୍ତି । ସେ ୬ ଟେଷ୍ଟ୍‌ରେ ୧୬ ୱିକେଟ୍‌, ୭୨ ଦିନିକିଆ ମ୍ୟାଚ୍‌ରେ ୭୩ ୱିକେଟ୍ ଏବଂ ୯ ଟି-୨୦ ଅନ୍ତର୍ଜରତୀୟରେ ୪ ୱିକେଟ୍ ନିଜ ନାମରେ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking