ବାରିପଦା : ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନିରେ ଉଠୁଛି ପଡୁଛି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ। ବିଶ୍ୱାସ ରହିଛି ବଡ଼ଦାଣ୍ଡରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ କୋଟି ପାପରୁ ମୁକ୍ତି ମିଳିଥାଏ। ଯୋଉଥିପାଇଁ ବରସକୁ ଥରେ ମହାପ୍ରଭୁ ବଡ଼ଦାଣ୍ଡରେ ବିଜେ ହୁଅନ୍ତି ଆଉ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହିଦିନକୁ ଭକ୍ତିଭାବାବେଗରେ ଅପେକ୍ଷା କରିଥାନ୍ତି ଭକ୍ତମାନେ। ପବିତ୍ର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏକାକାର ହୋଇଯିବେ ଭକ୍ତ ଆଉ ଭଗବାନ। ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ରଥଟଣାର ଶେଷ ଦିବସ । ତେବେ ଦୀର୍ଘବର୍ଷର ବ୍ୟବଧାନ ପରେ ଛେରାପହଁରା କରିଥିଲେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ସେହିପରି ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ୧୯୭୫ ମସିହାରୁ ଆନ୍ତର୍ଜାତିକ ମହିଳା ଦୀଵସ ପାଳନର ଶୁଭାରମ୍ଭ ହୋଇଥିଲା ବେଳେ ମହିଳାଙ୍କ ସମ୍ମାନାର୍ଥେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ପରମ୍ପରା ଆରମ୍ଭ ହୋଇ ଆଯିପର୍ଯ୍ୟନ୍ତ ଚଳି ଆସୁଛି। ଆଉ ଏହାକୁ ଲକ୍ଷ୍ୟ କରି ବାରିପଦାରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଟାଣିବା ପରମ୍ପରା ମୁଳଦୁଆ ପଡିଥିଲା । ଆଉ ସେବେଠାରୁ ନିରବଚ୍ଛିନ୍ନ ଭାବରେ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ବେଳେ ସାରା ବିଶ୍ବରେ ଏହାକୁ ଏକ ନିଆରା ପରମ୍ପରା ବୋଲି କହିବା ସହ ନାରୀ ସମ୍ମାନକୁ ନେଇ ବେଶ୍ ଚର୍ଚ୍ଚା ବଢିଥିଲା ଚଳିଆସୁଥିବା ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା ଦିନ ଏଠାରେ କେବଳ ପହଣ୍ଡିରେ ଚତୁର୍ଦ୍ଧାମୁରତୀ ରଥାରୂଢ ହେବାର ପରମ୍ପରା ରହିଥିବା ବେଳେ ତହିଁ ପର ୨ଦିନ ଧରି ରଥଟଣା ବିଧି ସମ୍ପନ୍ନ ହୋଇଥାଏ । ଆଜି ପ୍ରଥମ ଦିନରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଣି ନେଇ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥିବା ବେଳେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମହିଳାମାନେ ଅଧାରାସ୍ତା ଅର୍ଥାତ ବାରିପଦା ଟାଉନଥାନା ସମ୍ମୁଖ ପର୍ଯ୍ୟନ୍ତ ଟାଣିନେଇରଖିବାର ପରମ୍ପରା ରହିଛି । ତେବେ ଆଜି ଶେଷ ଦିବସରେ ପ୍ରଥମେ ସୁଭଦ୍ରାଙ୍କ ରଥ ମହିଳାଙ୍କ ଦ୍ବାରା ମାଉସୀ ବାଡ଼ି ପର୍ଯ୍ୟନ୍ତ ଟଣାଯିବା ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମ୍ପୂର୍ଣ୍ଣ ଟଣା ଯିବାର ବିଧି ରହିଆସିଛି । ଏହି ପରିପ୍ରେକ୍ଷୀରେ ମହିଳାଙ୍କ ଦ୍ବାରା ଦର୍ପଦଳନ ରଥଟଣା ୫୦ବର୍ଷ ପୁର୍ତ୍ତୀ ହେବାକୁ ଯାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ରଥ ଟାଣିବା ପାଇଁ ବାରିପଦା ଆସିଥିଲେ । ଶ୍ରୀମତୀ ପରିଡା ପୁରୀରୁ ବାହାରି ବାରିପଦା ସର୍କିଟ ହାଉସଠାରେ ଅପରାହ୍ନ ୨ଟା ସମୟରେ ପହଞ୍ଚି ମଧ୍ୟାହ୍ନ ଭୋଜନ ପରେ ବଡ଼ଦାଣ୍ଡରେ ଆସି ପହଞ୍ଚିଥିଲେ । ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଶାନ୍ତିଶୃଙ୍ଖଳାର ସହ ଗତକାଲି ପହଞ୍ଚି ସାରିଥିବା ବେଳେ ଆଜି ଆଉ ଅଳ୍ପ ସମୟ ମଧ୍ୟରେ ଦେବୀ ସୁଭଦ୍ରାଙ୍କ ରଥଟଣା ଅନୁଷ୍ଠିତ ହେବ।ତେବେ ଗତକାଲି ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ସଂପନ୍ନ ହେଇଥିବା ବେଳେ ପୁଣି ଆଜି କଡା ସୁରକ୍ଷା ବଳୟ ଭିତରେ ରଥଟଣା ଆରମ୍ଭ ହୋଇ ମାଉସୀ ମା’ ମନ୍ଦିରରେ ପହଞ୍ଚିବେ ଚତୁର୍ଦ୍ଧା ମୂର୍ତ୍ତୀ।