ଗୋପାଳପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ୍। ବ୍ରହ୍ମପୁର ଏଜିଜେ କୋର୍ଟ-୨ରେ ଚାର୍ଜଫ୍ରେମ୍। ଆସନ୍ତା ୧୮ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି। ସୂଚନାଯୋଗ୍ୟ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ରୁ ବାଦ୍ ପଡ଼ିଥିବା ଅଭିଯୁକ୍ତ ଓମ୍ ପ୍ରଧାନଙ୍କୁ ମାମଲାରୁ ବାଦ୍ ଦେବାକୁ ହୋଇଥିବା ଡିସ୍ଚାର୍ଜ ପିଟିସନ୍କୁ ଶନିବାର ଖାରଜ କରିଥିଲେ କୋର୍ଟ । ଏଡିଜେ-୨ କୋର୍ଟରେ ଏହାର ଶୁଣାଣି ପୂର୍ବରୁ ହୋଇଥିବାବେଳେ ଶନିବାର ରାୟରେ ଖାରଜ କରାଯାଇଥିବା କୋର୍ଟ ଦର୍ଶାଇଥିଲେ । ପୂର୍ବରୁ ଓମ୍ଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିଲେ କୋର୍ଟ । ଶନିବାର ଚାର୍ଜଫ୍ରେମ୍ ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ଚାର୍ଜଫ୍ରେମ୍ ହୋଇପାରିନଥିଲା।










