ଭୁବନେଶ୍ୱର: ୱକଫ ବିଲକୁ ନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ଡିଲ ହୋଇଛି , ଯେଉଁଥିପାଇଁ ବିରୋଧୀ ଦଳ ନେତା ମତ ବଦଳାଇଛନ୍ତି । ଦିଲ୍ଲୀରୁ ଫେରିବା ପରେ ମତ ବଦଳାଇଛନ୍ତି ନବୀନ ବାବୁ । ବିରୋଧୀ ଦଳ ନେତା କହିଲେ ଆମେ ବିଜେପି ସହିତ ରହିବୁ । ସଂସଦରେ ଯାହା ହେଲା ତାହା ସମସ୍ତଙ୍କୁ ଜଣା । ବିଜେପି ଓ ବିଜେଡି ଏକାଠି ଅଛନ୍ତି ଜଳଜଳ ଦେଖାଯାଉଛି ।