23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବଦଳିଲା 'ପୁଷ୍ପା-୨'ର ରିଲିଜ ତାରିଖ

ବଦଳିଲା ‘ପୁଷ୍ପା-୨’ର ରିଲିଜ ତାରିଖ

ନୂଆଦିଲ୍ଲୀ: ପୁଣି ବଦଳିଲା ‘ପୁଷ୍ପା-୨’ର ରିଲିଜ ତାରିଖ। ୨୦୨୪ର ବହୁ ପ୍ରତିକ୍ଷିତ ଫିଲ୍ମ ‘ପୁଷ୍ପା-୨’ କେବେ ରିଲିଜ ହେବ ଏହାକୁ ଅନାଇ ବସିଛନ୍ତି ଅଲୁ ଅର୍ଜୁନଙ୍କ ପ୍ରଶଂସକ। ହେଲେ ଏବେ ଫିଲ୍ମର ରିଲିଜ୍ ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଫିଲ୍ମଟି ଡିସେମ୍ବର ୬ରେ ରିଲିଜ ହେବାକୁ ଥିବା ବେଳେ ଏବେ ଏହାର ତାରିଖ ବଦଳାଇଛନ୍ତି ନିର୍ମାତା। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଫିଲ୍ମଟି ଏବେ ଗୋଟାଏ ଦିନ ଆଗୁଆ ରିଲିଜ ହେବ । ଅର୍ଥାତ ଡିସେମ୍ବର ୬ ପରିବର୍ତ୍ତେ ଏବେ ଫିଲ୍ମଟି ଡିସେମ୍ବର ୫ରେ ରିଲିଜ ହେବ। ଯଦି ଆମେ ‘ପୁଷ୍ପା-୨’ର ଟ୍ରାକ୍ ରେକର୍ଡକୁ ଦେଖିବା, ତେବେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଅନେକ ଥର ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହି ଚଳଚ୍ଚିତ୍ର ଜୁନ୍ ୨୦୨୪ରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ଏହା ପରେ ଅଗଷ୍ଟକୁ ଘୁଞ୍ଚିଥିଲା । ହେଲେ କାମ ନସରିବାରୁ ଏହା ପୁଣି ଡିସେମ୍ବର ୬କୁ ଘୁଞ୍ଚିଥିଲା । ହେଲେ ଏବେ ଆହୁରି ଆଗକୁ ନ ଘୁଞ୍ଚାଇ ନିର୍ମାତା ଏହାକୁ ଧାର୍ଯ୍ୟ ତାରିଖର ଗୋଟେ ଦିନ ଆଗୁଆ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking