31.1 C
Bhubaneswar
Sunday, March 15, 2026
Homeଓଡିଶାଅଙ୍ଗଦାନ କରି ଅମର ହେଲେ ଚନ୍ଦ୍ର ଶେଖର ନାୟକ

ଅଙ୍ଗଦାନ କରି ଅମର ହେଲେ ଚନ୍ଦ୍ର ଶେଖର ନାୟକ

ରାୟଗଡ଼ା: ଅଙ୍ଗଦାନ କରି ଅମର ହୋଇଗଲେ ରାୟଗଡ଼ା ବିଷମକଟକ ଡୁରୁମ୍ ଗାଁର ଚନ୍ଦ୍ର ଶେଖର ନାୟକ। କିଡ୍‌ନୀ, ହୃତ୍‌ପିଣ୍ଡ, ଯକୃତ ଓ ବୃକ୍‌କ ଦାନ କରି ୫ ଜଣଙ୍କୁ ନୂଆ ଜୀବନ ଦେଲେ ଚନ୍ଦ୍ରଶେଖର। ଦୁର୍ଘଟଣାର ଶିକାର ହୋଇ ବ୍ରେନ୍ ଡେଡ୍ ହେବା ପରେ ଯେତେବେଳେ ଚନ୍ଦ୍ର ଶେଖରଙ୍କ ବଞ୍ଚିବା ଅସମ୍ଭବ ବୋଲି ଡାକ୍ତର କହିଲେ, ସେତେବେଳେ ମହାନତା ଦେଖାଇଥିଲେ ତାଙ୍କ ପରିବାର। ଚନ୍ଦ୍ରଶେଖରଙ୍କ ବାପା ପୁଅର ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁସାରେ, ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ୍ ଗାଁ ଯୁବକ ଚନ୍ଦ୍ରଶେଖର ନାୟକ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟସୋର୍ସିଂ ସଂସ୍ଥା ପକ୍ଷରୁ ପିଅନ ଭାବେ କାମ କରୁଥିଲେ। ହୋଲିରେ ମେଡିକାଲରୁ କାମ ସାରି ଘରକୁ ଫେରୁଥିବାବେଳେ ରାସ୍ତାରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ ଆନ୍ଧ୍ର ଶ୍ରୀକାକୁଲମ୍‌ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନ୍ ଡେଡ୍  ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ଏବଂ ଚନ୍ଦ୍ର ଶେଖରଙ୍କ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ। ଏହାପରେ ପୁଅକୁ ଅମର ରଖିବା ପାଇଁ ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକ। ମୃତ୍ୟୁ ପୂର୍ବରୁ ୫ଜଣଙ୍କୁ ନୂଆ ଜୀବନ ଦେଇଥିବା ଚନ୍ଦ୍ରଶେଖର ଓ ତାଙ୍କ ପରିବାର ଲୋକଙ୍କ ମହତ କାର୍ଯ୍ୟପାଇଁ ସ୍ଥାନୀୟ ଅଞ୍ଚଳରେ କରାଯାଉଛି ଭୁରି ଭୁରି ପ୍ରଶଂସା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking