27.1 C
Bhubaneswar
Wednesday, December 24, 2025
Homeଓଡିଶାଚାନ୍ଦବାଲି ଲଜ୍ଜା: ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଚାନ୍ଦବାଲି ଲଜ୍ଜା: ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାରୁ ତାତିଲେ ଗ୍ରାମବାସୀ । ଘଟଣା ଘଟିଥିବା ସ୍ଥାନରେ ଜେସିବି ଲଗାଇ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଅଭିଯୁକ୍ତର ଘର ଚାନ୍ଦବାଲୀ ରାମପଲ୍ଲୀ ସ୍ଥିତ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହି ଘଟଣା ତତ୍ପରତା ଦେଖାଇ ଆଜି ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଜଗତସିଂହପୁରରୁ ଧରିଛି । ସେପଟେ ଘଟଣାସ୍ଥଳରେ ପୋଲିସ ଓ ସନ୍ଧାନୀ କୁକୁର ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ଗତକାଲି ସଂଧ୍ୟାରେ ଉଲଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ଏପଟେ ଝିଅକୁ ନ୍ୟାୟ ଦାବିରେ ଭଦ୍ରକର ୩ଟି ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ହାଟପାଟି, ମଧୁବାବୁ ଛକ ଓ ବସଷ୍ଟାଣ୍ଡରେ ରାସ୍ତା ଅବରୋଧ କରାଯାଇଛି ।

ଚାନ୍ଦବାଲି ପ୍ରସଙ୍ଗ: ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking