27.1 C
Bhubaneswar
Wednesday, December 24, 2025
Homeଓଡିଶାଚାନ୍ଦବାଲି ଲଜ୍ଜା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

ଚାନ୍ଦବାଲି ଲଜ୍ଜା: ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ

ଭଦ୍ରକ: ପୁଣି ଛାତ୍ରୀକୁ ଦୁଷ୍କର୍ମ । ମଣିଷ ପାଲଟିଲା ନର ରାକ୍ଷସ । ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଉଠାଇ ଆଣିଛି ପୋଲିସ । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ନ୍ୟାୟ ଦାବିରେ ୩ଟି ରାସ୍ତାରେ ଟାୟାର ଜାଳି ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ହାଟପାଟି, ମଧୁବାବୁ ଛକ ଓ ବସଷ୍ଟାଣ୍ଡରେ ରାସ୍ତା ଅବରୋଧ କରାଯାଇଛି । ଗତକାଲି ସଂଧ୍ୟାରେ ଉଲଗ୍ନ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନା ଅନୁସାରେ ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀର ଛାତ୍ରୀ ଅପରାହ୍ନ ୨ଟାରେ ଆଉ ଘରକୁ ଫେରିନଥିଲେ । ଏହା ଜାଣିବା ପରେ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡିଥିବା ନେଇ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ସଂପୃକ୍ତ ନାବାଳିକାଙ୍କୁ କେହି ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଚାର ହେବା ପରେ ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ବାଲିଗାଁଠାରେ ଅବରୋଧ କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଜିଦ ଧରି ବସିଥିଲେ ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking