24.1 C
Bhubaneswar
Wednesday, January 14, 2026
Homeଓଡିଶାଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା: ଫୁଟିବନି ବାଣ, ଭକ୍ତ-ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା: ଫୁଟିବନି ବାଣ, ଭକ୍ତ-ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ୩୦ ତାରିଖ (ଅକ୍ଷୟ ତୃତୀୟା) ଠାରୁ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହି ସାଂସ୍କୃତିକ ଓ ଆଧ୍ୟାତ୍ମିକ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ଚନ୍ଦନ ଯାତ୍ରାରେ ବାଣ ନିଷିଦ୍ଧ କରାଯାଇଛି। ଭକ୍ତ ଓ ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି। ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ପୁରୀ ଚନ୍ଦନଯାତ୍ରା ବେଳେ ଏଥର ବାଣ ଫୁଟିବ ନାହିଁ। ଭକ୍ତ ତଥା ସାଧାରଣ ଲୋକଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ସେବାୟତଙ୍କ ପାଇଁ ବୀମା ବ୍ୟବସ୍ଥା କରାଯିବ। ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶାନିଯୋଗର ଅନୁମୋଦନ ଦେଇଛି। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ୍‌ ସେଣ୍ଟର ପ୍ରତିଷ୍ଠା କରାଯିବ।

ସୂଚନାଯୋଗ୍ୟ, ଗତବର୍ଷ ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟିଥିଲା। ଏହି ଅପ୍ରୀତିକର ଅଘଟଣ ଯୋଗୁଁ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଆହୁରି ୧୦ରୁ ଅଧିକ ଭକ୍ତ ଓ ସାଧାରଣ ଜନତା ଆହତ ହୋଇଥିଲେ। ନରେନ୍ଦ୍ର ପୁଷ୍କରଣୀର ଦେବୀଘାଟ ନିକଟରେ ଭଉଁରୀ ଅବସରରେ ପାରମ୍ପରିକ ଭାବେ ବାଣ ମରାଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଗୋଟିଏ ବାଣରେ ନିଆଁ ଲାଗି ସେଠାରେ ରଖାଯାଇଥିବା ବାଣ ବସ୍ତାରେ ପଡିବାରୁ ହଠାତ ବିସ୍ଫୋରଣ ହୋଇଥିଲା। ଆହତଙ୍କ ସ୍ଥାନୀୟ ଲୋକ ଓ ପ୍ରଶଶସନର ସହାୟତାରେ ପୁରୀ ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ସେହି ସମୟରେ ରାଜ୍ୟର ଚର୍ଚ୍ଚିତ ଖବର ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking