15.1 C
Bhubaneswar
Thursday, January 15, 2026
Homeଅପରାଧଚାଞ୍ଚଲ୍ୟ : ସାଙ୍ଗ ନେଲା ସାଙ୍ଗର ଜୀବନ

ଚାଞ୍ଚଲ୍ୟ : ସାଙ୍ଗ ନେଲା ସାଙ୍ଗର ଜୀବନ

କେନ୍ଦୁଝର:  ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ । ସାଙ୍ଗର ଅତର୍କିତ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ । ମୃତକ ହେଲେ ଭାଗବତ ବେଶ୍ରା । ଗୁରୁତର ବ୍ୟକ୍ତି ଦଶରଥ କାରୂଆଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି । ଗତ ରାତି ପ୍ରାୟ ୮ ଟା ସମୟରେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି । ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ୱାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହି ଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ । ସେପଟେ ଆହତ ବ୍ୟକ୍ତି ଦଶରଥ କାରୁଆଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁର୍ଗା ନାଏକ ମଦ ଆଣିବାକୁ ଯାଇଥିବା ବେଳେ ସେ ଏବଂ ଭାଗବତ ବେଶ୍ରା ରୋଷେଇ କରୁଥିଲେ ।

ପାଖାପାଖି ୮ ଟା ସମୟରେ ଦୁର୍ଗା ନିଶାରେ ଚୁର ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଭାଗବତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା । ତେବେ ସେଠାରୁ ଜୀବନ ନେଇ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଦଶରଥ । ତେବେ ଭାଗବତ ସାଙ୍ଗର ଆକ୍ରମଣରୁ ରକ୍ଷା ପାଇନଥିଲେ। ନିଶାରେ ଥିବାରୁ ଭାଗବତ ତାଙ୍କୁ ଅଟକାଇ ପାରିନଥିଲେ। ପୂର୍ବରୁ କୌଣସି ଝଗଡ଼ା ହୋଇନଥିବା କୁହାଯାଉଛି। ତେବେ ଏଭଳି ହତ୍ୟାକାଣ୍ଡ ପଛରେ କେବଳ ନିଶା ନା ଆଉ କିଛି କାରଣ ଅଛି ତାକୁ ନେଇ ସନ୍ଦେହ ଉପୁଜିଛି। ହତ୍ୟାକାରୀ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଛି । ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲା । ଏବେ ସାଙ୍ଗକୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟ ପୋଲିସ୍ ଅଧିକାରୀଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking