28.1 C
Bhubaneswar
Tuesday, July 22, 2025
Homeଦେଶ ବିଦେଶଚାଞ୍ଚଲ୍ୟ: ଡ୍ରମରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ଚାଞ୍ଚଲ୍ୟ: ଡ୍ରମରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ଲୁଧିଆନା: ପଞ୍ଜାବର ଲୁଧିଆନାର ଶେରପୁର ଅଞ୍ଚଳରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ, ଗତ ବୁଧବାର ସକାଳେ ଏକ ଖାଲି ପ୍ଲଟରେ ରଖାଯାଇଥିବା ନୀଳ ରଙ୍ଗର ପ୍ଲାଷ୍ଟିକ ଡ୍ରମରୁ ଦୁର୍ଗନ୍ଧ ଆସୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମ ଖୋଲିବାରୁ ଏକ ପ୍ଲାଷ୍ଟିକ ବସ୍ତାରେ ମୋଡ଼ି ରଖାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ମୃତଦେହର ଗଳା ଏବଂ ଗୋଡ଼କୁ ଦଉଡ଼ିରେ ବନ୍ଧା ହୋଇଥିବା ଦେଖାଯାଇଥିଲା। ଯାହା ହତ୍ୟାର ସନ୍ଦେହକୁ ଦ୍ୱିଗୁଣିତ କରିଛି।

ସ୍ଥାନିୟ ପୁଲିସ ଷ୍ଟେସନ ହାଉସ ଅଫିସର (ଏସଏଚଓ) କୁଲବନ୍ତ କୌରଙ୍କ ଅନୁଯାୟୀ, ମୃତ ବ୍ୟକ୍ତିଜଣଙ୍କର ବୟସ ପ୍ରାୟ ୪୦ ବର୍ଷ ହେବ ଏବଂ ସେ ଜଣେ ପ୍ରବାସୀ ଶ୍ରମିକ ହୋଇପାରନ୍ତି। ମୃତଦେହର ଅବସ୍ଥା ଦେଖି ଅନୁମାନ କରାଯାଉଛି ଯେ ତାଙ୍କର ମୃତ୍ୟୁ ଅତି କମରେ ଦୁଇ ଦିନ ପୂର୍ବେ ହୋଇଥାଇପାରେ। ଡ୍ରମଟି ନୂଆ ଦେଖାଯାଉଥିବାରୁ ପୁଲିସ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ମାମଲା ବୋଲି ସନ୍ଦେହ କରୁଛି। ଏହି ଘଟଣା ମେରଟରେ ଘଟିଥିବା ଏକ ସମାନ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ଆପଣଙ୍କୁ ଜଣାଇ ରଖୁ ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶର ମେରଟରେ ଜଣେ ପୂର୍ବତନ ମର୍ଚାଣ୍ଟ ନେଭି ଅଫିସରଙ୍କୁ ହତ୍ୟା କରି ମୃତଦେହକୁ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପ୍ରେମିକ ଏକ ନୀଳ ଡ୍ରମରେ ଭର୍ତ୍ତୀ କରି ତା ଉପରେ ସିମେଣ୍ଟ ଢଳେଇ କରି ଦେଇଥିଲେ। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିବା ସହ ଲୁଧିଆନାରେ ଥିବା ୪୨ଟି ଡ୍ରମ ଉତ୍ପାଦନ କାରଖାନାର ତାଲିକା ପ୍ରସ୍ତୁତ କରିଛି। ଏହା ସହିତ, ସ୍ଥାନୀୟ ଅଞ୍ଚଳରେ ରହୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ପଚରାଉଚୁରା କରାଯାଉଛି। ମୃତଦେହର ପରିଚୟ ଜାଣିବା ପାଇଁ ଲୁଧିଆନା ଏବଂ ଆଖପାଖ ଜିଲ୍ଲାରେ ଦାଖଲ ହୋଇଥିବା ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଯାଞ୍ଚ କରାଯାଉଛି। ଏହା ସହିତ, ଡ୍ରମ ଫୋପାଡ଼ା ହୋଇଥିବା ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking