24.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶରାଜଧାନୀ ଦିଲ୍ଲୀରେ ବର୍ଷା ସମ୍ଭାବନା

ରାଜଧାନୀ ଦିଲ୍ଲୀରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଗରମ ଗୁଳୁଗୁଳୁରେ ଲାଗିବ ବ୍ରେକ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଶୁକ୍ରବାର ଦିନ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହିତ ବଜ୍ରପାତ ଏବଂ ଧୂଳି ଝଡ଼ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀ ଉପରେ ଆଂଶିକ ମେଘୁଆ ଆକାଶର ପୂର୍ବାନୁମାନ କରାଯାଇଛି। ଆଜି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୦ ଏବଂ ୨୯ ଡିଗ୍ରୀ ସେଲସିୟସ ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି। ଗୁରୁବାର ଦିନ ପାଣିପାଗ ବିଭାଗ କହିଛି ଯେ ଜାତୀୟ ରାଜଧାନୀରେ ହାଲୁକା ବର୍ଷା ଏବଂ ବଜ୍ରପାତ ହୋଇଛି। ଆଗାମୀ ୨୭ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି ବୋଲି ପୂର୍ବାନୁମାନ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ରହିଥିଲା। ଦିଲ୍ଲୀ ସମେତ ଉତ୍ତର ଭାରତରେ ଦୀର୍ଘ ଦିନ ହେବ ଉତ୍ତାପ ଜାରି ରହିଛି। ବର୍ଷା ପରେ ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking