ପୁରୀ: ରଥ ଖଳାରେ ଚକା ଡେରା ନୀତି ପାଇଁ ଆସିଲା ଆଜ୍ଞାମାଳ । ତିନି ବାଡରୁ ଆଜ୍ଞାମାଳ ଆଣିଲେ ପୂଜାପଣ୍ଡା ସେବକ । ଆଜିର ପବିତ୍ର ଭଉଁରୀ ତିଥିରେ ଚକ-ଅଖ ଡେରା ନୀତି ସମ୍ପନ୍ନ ହେବ । ନୀତିକାନ୍ତ ଭିତରେ ନାହାକା ଚକ ସହିତ ଯୋଡା ଯାଉଛି ଅଖ । ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବା ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଅଛି ।










