26.1 C
Bhubaneswar
Sunday, January 18, 2026
Homeଓଡିଶାମାଗଣା ଚାଉଳ ବାବଦରେ କେନ୍ଦ୍ରର ଖର୍ଚ୍ଚ ୮୯୬୭ କୋଟି

ମାଗଣା ଚାଉଳ ବାବଦରେ କେନ୍ଦ୍ରର ଖର୍ଚ୍ଚ ୮୯୬୭ କୋଟି

-କିଲେ ଚାଉଳ ପାଇଁ କେନ୍ଦ୍ରର ଖର୍ଚ୍ଚ ୩୯.୯୬ ଟଙ୍କା
– ରାଜ୍ୟର ୪୧.୩୩ ଟଙ୍କା

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ଓଡ଼ିଶାକୁ କେନ୍ଦ୍ର ସରକାର ଚାଉଳ ଯୋଗାଣ ବାବଦରେ ବର୍ଷକୁ ହାରାହାରି ୮୯୬୭ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରେ ଚାଉଳର ଦରସହିତ ପରିବହନ ଓ ବିତରଣ ଖର୍ଚ୍ଚ ସାମିଲ ଅଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ୯୩,୨୩,୦୭୯ ପରିବାରର ୩,୨୬,୩୩,୦୯୭ ସଦସ୍ୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୩,୧୫,୦୨୪ ପରିବାରର ୧୦,୦୩,୭୧୯ ସଦ୍ୟଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଉଛି ।

କେନ୍ଦ୍ର ସରକାର ଜାତୀ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ଆବଶ୍ୟକ ପଡୁଥିବା ବାର୍ଷିକ ହାରାହାରି ୨୨ଳକ୍ଷ ୪୪ ହଜାର ମେଟ୍ରିକ ଟନ୍‍ ଚାଉଳ ଯୋଗାଇ ଦେଉଛନ୍ତି। ଏହି ଚାଉଳର କିଲୋପିଛା ଖର୍ଚ୍ଚ ହାରାହାରି ୩୯.୯୬ ଟଙ୍କା । ଏ ବାବଦରେ ବର୍ଷକୁ ପ୍ରାୟ ୮୯୬୭ କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ଏଥିରେ ପରିବହନ ଓ ବିତରଣ ବାବଦରେ କିଲୋପିଛା ହାରାହାରି ୯୦ ପଇସା ଖର୍ଚ୍ଚ ହେଉଛି । ସେହିଭଳି ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ବର୍ଷକୁ ହାରାହାରି ୬୦ହଜାର ମେଟ୍ରିକ ଟନ୍‍ ଚାଉଳ ଯୋଗାଇ ଦେଉଛନ୍ତି ଯାହାର କିଲୋ ପିଛା ଖର୍ଚ୍ଚ ୪୧.୩୩ ଟଙ୍କା । ଏ ବାବଦରେ ବର୍ଷକୁ ମୋଟ୍‍ ୨୫ କୋଟି ଖର୍ଚ୍ଚ ହେଉଛି । ଏଥି ମଧ୍ୟରେ ପରିବହନ ଏବଂ ବିତରଣ ବାବଦରେ କିଲୋପିଛା ହାରାହାରି ୨.୨୬ ଟଙ୍କା ଖର୍ଚ୍ଚ ହେଉଛି ସେହିଭଳି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ନୂତନ ରାସନକାର୍ଡ ପାଇବାକୁ ୬,୧୯,୮୩୬ ଜର ଆବେଦନ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking