16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶ‘ଚନ୍ଦ୍ରାୟାନ-୫’କୁ କେନ୍ଦ୍ର ମଞ୍ଜୁରୀ; ସହଯୋଗର ହାତ ବଢ଼ାଇଲା ଜାପାନ୍‌

‘ଚନ୍ଦ୍ରାୟାନ-୫’କୁ କେନ୍ଦ୍ର ମଞ୍ଜୁରୀ; ସହଯୋଗର ହାତ ବଢ଼ାଇଲା ଜାପାନ୍‌

ନୂଆଦିଲ୍ଲୀ: ଇସ୍ରୋ ପକ୍ଷରୁ ଡିଜାଇନ୍ କରାଯାଇଥିବା ମହତ୍ୱାକାଂକ୍ଷୀ ‘ଚନ୍ଦ୍ରାୟାନ-୫’ ମିଶନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ ୨୫୦ କିଲୋଗ୍ରାମର ଏକ ରୋଭର ଚନ୍ଦ୍ରକୁ ପଠାଯିବ। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ନିଜେ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ନାରାୟଣନ୍ କହିଛନ୍ତି ଯେ ଏହି ମିଶନ ଜାପାନ ସହଯୋଗରେ ପରିଚାଳିତ ହେବ। ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବରେ ଭାଷଣ ଦେଇ ଇସ୍ରୋ ମୁଖ୍ୟ କହିଥିଲେ ଯେ, ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚନ୍ଦ୍ରାୟାନ-୫କୁ ଗ୍ରୀନ୍ ସିଗନାଲ ମିଳିସାରିଛି। ଇସ୍ରୋ ଏହି ମିଶନ୍‌କୁ ଏକ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କରିଥିବା ବେଳେ ଏହାର ସଫଳତା ଅପେକ୍ଷା ଏହାର କାର୍ଯ୍ୟକାରିତାକୁ ନେଇ ବେଶ୍ ଉତ୍ସାହିତ ରହିଛି। ପୂର୍ବରୁ, ଚନ୍ଦ୍ରାୟାନ-୩ ମିଶନ ଅଧୀନରେ ୨୫ କିଲୋଗ୍ରାମର ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରକୁ ପଠାଯାଇଥିଲା, ଯାହା ସଫଳତାର ସହ ଅବତରଣ କରିଥିଲା। ଏଥର ଚନ୍ଦ୍ରାୟାନ-୫ରେ ଏକ ଅଧିକ ସକ୍ଷମ ରୋଭର ପଠାଯିବ, ଯାହା ଚନ୍ଦ୍ରପୃଷ୍ଠର ଅଧିକ ଗଭୀର ଅଧ୍ୟୟନ କରିବାକୁ ସକ୍ଷମ ହେବ।

ଇସ୍ରୋର ବୈଜ୍ଞାନିକମାନେ ଏବେ ଚନ୍ଦ୍ରାୟାନ୍‌-୪’ ମିଶନ୍ ଉପରେ କାମ କରୁଛନ୍ତି। ଚନ୍ଦ୍ରରୁ ମାଟି ଏବଂ ପଥରର ନମୁନା ଆଣିବା ଏହି ମିଶନ୍‌ର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ରହିଛି। ଯଦି ସବୁ କିଛି ଠିକ୍ ରୁହେ ତେବେ ଆଗାମୀ ୨୦୨୭ ବେଳକୁ ଚନ୍ଦ୍ରାୟାନ-୪ ଲଞ୍ଚ୍ କରିବ ବୋଲି ଇସ୍ରୋ ଲକ୍ଷ୍ୟ ରଖିଛି। ତେବେ ଏହାରି ମଧ୍ୟରେ ଇସ୍ରୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚନ୍ଦ୍ରାୟାନ-୫’ ମିଶନ ଉପରେ କାମ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ କେନ୍ଦ୍ର ସରକାର ସ୍ୱୀକୃତି ବା ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରକାଶ, ଇସ୍ରୋର ଚନ୍ଦ୍ରାୟାନ-୩ ମିଶନ ସଫଳ ରହିଥିଲା। ଏହି ମିଶନ୍‌ରେ ଲ୍ୟାଣ୍ଡର ‘ବିକ୍ରମ’ ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଥିଲା। ଇସ୍ରୋ ଏବେ ଚନ୍ଦ୍ରୟାନ-୪ ଏବଂ ଚନ୍ଦ୍ରାୟାନ-୫ ମିଶନ୍ ପାଇଁ ମଧ୍ୟ ଏହି ସଫଳତା ଦୋହରାଇବାକୁ ଦୃଢ଼ ଆଶାବାଦୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking