17.1 C
Bhubaneswar
Wednesday, February 11, 2026
Homeଓଡିଶାକେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ

କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ

ଯାଜପୁର : କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟାସନଗରର ଛାତ୍ର ଅଭିଭାବକ ତଥା ଅଭିଭାବିକା ଗଣ ସେମାନଙ୍କ ପିଲାମାନଙ୍କ ଜୀବନ ସୁରକ୍ଷା ଓ ନିରାପତ୍ତାକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାହାଯ୍ୟ, ସହଯୋଗ, ଅନୁଦାନ ଓ ତତ୍ତ୍ଵାବଧାନରେ ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଇଟାପୁର ମୌଜାରେ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ୟାସନଗର ପ୍ରତିଷ୍ଠା ଲାଭ କରି ଗତ ଜୁଲାଇ ମାସ ଠାରୁ ଏଠାରେ କାର୍ଯ୍ୟକ୍ଷମ ହୋଇଅଛି। ମାତ୍ର ଏହି ବିଦ୍ୟାଳୟର ସ୍କୁଲଗାଡି ଗୁଡିକର ପାର୍କିଂ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ଯାହାକି ବିଦ୍ୟାଳୟର ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସୂଚନା ଯୋଗ୍ୟ ଏହି କେନ୍ଦ୍ରୀୟ ବିଦ୍ୟାଳୟଟି ଇଟାପୁର ଠାରେ ସ୍ଥାୟୀ ଭାବେ ନିର୍ମାଣ ହେବାପରେ ଗତ ଜୁଲାଇ 20ତାରିଖ ପର ଠାରୁ ଏହାର ସ୍ଥାୟୀ କ୍ୟାମ୍ପସକୁ ସ୍ଥାନାନ୍ତର ହୋଇଛି। ଏଥି ପୂର୍ବରୁ ଏହା ଯାଜପୁର ରୋଡ ସ୍ଥିତ ଏନସି ହାଇସ୍କୁଲ ପରିସରରେ ଅସ୍ଥାୟୀ ଗୃହରେ ଅସ୍ଥାୟୀ ଭାବେ ଚାଲି ଆସୁଥିଲା। ମାତ୍ର ଏହା ଏଠାକୁ ସ୍ଥାନାନ୍ତର ହେବା ପରେ ପ୍ରତିଦିନ ଛାତ୍ରଛାତ୍ରୀ ମାନେ ଯାଜପୁର ରୋଡ, ପାଣିକୋଇଲି, ରଗଡ଼ି, କୋରାଇ, ବାରୁଣ୍ଡାଇ, ଯାଖପୁରା, ଦାନଗଦି ପ୍ରଭୃତି ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲ ବସ, କ୍ୟାଣ୍ଟର, ଭ୍ୟାନ କିମ୍ବା ଅଟୋରେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ବିଦ୍ୟାଳୟ ପକ୍ଷରୁ କୌଣସି ନିଜସ୍ଵ ଗାଡ଼ିର ବନ୍ଦୋବସ୍ତ ନଥିବା କାରଣରୁ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଘରୋଇ ଗାଡ଼ିରେ ହିଁ ଯାତାୟାତ କରିଥାନ୍ତି। ତେବେ ବିଦ୍ୟାଳୟକୁ ଆସୁଥିବା 15ରୁ ଉର୍ଦ୍ଧ୍ବ ଛୋଟବଡ ଗାଡି ନିୟମିତ ପାର୍କିଂ କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଡ୍ରପ କରିବାରେ ନାନା ସମସ୍ୟା ଉପୁଜିଛି। ଯଦିଓ ବିଦ୍ୟାଳୟ ପରିସରରେ ଏହି ଗାଡି ଗୁଡ଼ିକ ପାର୍କିଂ କରାଇ ଦେବାର ଅନୁମତି ଦିଆ ଯାଇନାହିଁ। ତେବେ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ବିଦ୍ୟାଳୟ ପାର୍ଶ୍ଵସ୍ଥ 20ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ନଗୁଆଁ- ରାଣୀପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଗୋଟିଏ ପାର୍ଶ୍ୱରେ ଲମ୍ବା ଧାଡ଼ି କରି ଗାଡି ଗୁଡ଼ିକ ପାର୍କିଂ କରି ଆସୁଥିଲେ।ବିଦ୍ୟାଳୟ ଚାଲୁ ହେବାର ଏକମାସରୁ ଉର୍ଦ୍ଧ୍ବ ଦିନ ହେବ ଏହି ବ୍ୟବସ୍ଥାରେ ଗାଡି ଚାଳକ ମାନେ ଗାଡି ଗୁଡ଼ିକ ରଖି ଆସୁଥିଲେ। ମାତ୍ର ଏବେ ଦୁଇ ଚାରି ଦିନ ହେବ ଏଠାକାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରିବା ସହ ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି। ଗାଡି ଚାଳକ ଓ ଅଭିଭାବକ ଅଭିଭାବିକା ମାନଙ୍କୁ ଧମକ ଦିଆଯାଇ ଗାଡି ଗୁଡ଼ିକୁ ଏବେ ଏଠାରେ ପାର୍କିଂ କରାଇ ଦିଆଯାଉନାହିଁ। ଫଳରେ ଗାଡି ଗୁଡ଼ିକ ଏବେ ବ୍ୟସ୍ତ ବହୁଳ ପାଣିକୋଇଲି – ରାଜାମୁଣ୍ଡା 20ନଂ ଜାତୀୟ ରାଜପଥ ଉପରେ ପାର୍କିଂ କରିବା ଏବଂ ପିଲାମାନଙ୍କୁ ସେହି ରାଜପଥ ଉପରେ ଚଢ଼ାଇବା ବା ଓହ୍ଲାଇବା କାମ କରିବାକୁ ବାଧ୍ୟ ହେଉଛନ୍ତି। ପ୍ରତି ଘଣ୍ଟାରେ ଶହଶହ ଭାରିଯାନ ଓ ଅନ୍ୟାନ୍ୟ ଯାନବାହାନ ଦୃତ ଗତିରେ ଏହି ରାଜପଥ ଦେଇ ଚଳାଚଳ କରୁଛି। ଫଳରେ ଅଧିକାଂଶ ସମୟରେ ଏହି ରାଜପଥରେ ଅନେକ ଛୋଟବଡ ଦୁର୍ଘଟଣା ଘଟୁଛି ଏବଂ ଅନେକ ମଧ୍ୟ ଏଥିରେ ମୃତାହତ ହେଉଛନ୍ତି। ଯାହା ଆମ୍ଭ ପିଲା ମାନଙ୍କ ଜୀବନ ସୁରକ୍ଷା ଓ ନିରାପତ୍ତାକୁ ନେଇ ଆମ୍ଭ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକାଙ୍କ ମନରେ ଭୟ ଓ ଶଙ୍କା ସୃଷ୍ଟି କରୁଛି। ଯଦ୍ୱାରା କୋମଳମତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଜୀବନ ମରଣ ସମସ୍ୟା ସୃଷ୍ଟି କରୁଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ୟା ଜାଣିବା ପରେ ମଧ୍ୟ ସ୍ଥାନୀୟ ଲୋକଙ୍କ ଚାପର ବଶବର୍ତ୍ତୀ ହୋଇ ଅଦ୍ୟାବଧି ଏହାର କୌଣସି ସୁବନ୍ଦୋବସ୍ତ କରି ପାରିନାହାନ୍ତି। ସ୍ଥାନୀୟ ପୋଲିସ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଯାଇ ଥିଲେ ହେଁ ଏ ଯାବତ୍ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସେହି ଗ୍ରାମ୍ୟ ରାସ୍ତାରେ ପାର୍କିଂର ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି। ଲୋକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଏକ ବୃହତ ଅନୁଦାନରେ ଏଠାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ଗଢି ତୋଳି ଥିଲେ ହେଁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଏବଂ ହିତ ପାଇଁ ପ୍ରଶାସନିକ ତତ୍ପରତା ଜରୁରୀ ହୋଇପଡିଛି। ବିଦ୍ୟାଳୟ ପାର୍ଶ୍ଵସ୍ଥ ଗ୍ରାମ୍ୟ ଉନ୍ନୟନ ରାସ୍ତା ପ୍ରଶସ୍ତିକରଣ କରିବା, ରାସ୍ତାକଡ ଖାଲ ଜମି ପୋତାଯାଇ ଗାଡି ଗୁଡିକର ପାର୍କିଂ ସକାଶେ ସ୍ଥାୟୀ ପାର୍କିଂ ଜୋନ ନିର୍ମାଣ କରିବା, ବିଦ୍ୟାଳୟ ପ୍ରାଚୀର ଏବଂ ରାସ୍ତାର ସୁରକ୍ଷା ପାଇଁ ରାସ୍ତାକଡ଼ରେ ପାଇପ ପୋତାଯାଇ ଜଳ ନିଷ୍କାସନର ବ୍ୟବସ୍ଥା କରିବା, ରାଜପଥରେ ଗଳିପୋଲର ବ୍ୟବସ୍ଥା କରିବା, ବିଦ୍ୟାଳୟ ଫାଟକ ସମ୍ମୁଖରେ ଏବଂ ନିର୍ଦ୍ଧାରିତ ପାର୍କିଂ ଏରିଆରେ ଟ୍ରାଫିକ ନିୟନ୍ତ୍ରଣ ଓ ପୋଲିସ ମୁତୟନର ବ୍ୟବସ୍ଥା କରିବା ପାଇଁ ଅଭିଭାବକ ଗଣ ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଜଣାଇଛନ୍ତି। ମାତ୍ର କିଛି ଅଘଟଣ ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଯଦି ଏସବୁ ବିହିତ ପଦକ୍ଷେପ ନେବାକୁ ଅଭିଭାବକ ମାନେ ଆପତ୍ତି ଜଣାଇଛନ୍ତି।
ରିପୋର୍ଟ ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking