30.1 C
Bhubaneswar
Wednesday, March 25, 2026
Homeଓଡିଶାକେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ। ତାଙ୍କ ରାଜନୀତିକ ଓ ବ୍ୟକ୍ତିଗତ କାର୍ଯ୍ୟରେ ପତ୍ନୀ ଝିଙ୍ଗିଆ ଓରାମଙ୍କର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା।

ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲେ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଞ୍ଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ। ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇର କେନ୍ଦୁଡ଼ିହିକୁ ନିଆଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking